କୁଳଭୂଷଣ ମାମଲା; କୁଟନୈତିକ ସହାୟତା ଯୋଗାଇବ ପାକିସ୍ତାନ

Straight to the Point

ଲାହୋର: ପାକିସ୍ତାନର ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଧବଙ୍କୁ ଆଇନଗତ ସହାୟତା ପାଇଁ କୂଟନୈତିକ ଯୋଗାଇଦେବାକୁ ପାକିସ୍ତାନ ଭାରତକୁ ପ୍ରସ୍ତାବ ଦିଆଯାଇଛି । ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ଯାଧବଙ୍କୁ ସୋମବାର କୂଟନୈତିକ ସହାୟତା ପ୍ରଦାନ କରାଯିବ । ପାକ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୂଟନୈତିକ ସମ୍ପର୍କ ଉପରେ ଭିଏନା ଚୁକ୍ତି, ଅ ।ନ୍ତରାଷ୍ଟ୍ରୀୟ କୋର୍ଟଙ୍କ ନିଷ୍ପତ୍ତି ଏବଂ ପାକିସ୍ତାନର ଆଇନ ଆଧାରରେ ଏହି ନିଷ୍ପତି ନିଆଯାଇଛି । ସୂଚନାଯୋଗ୍ୟ, ଆଇସିଜେ ଜୁଲାଇ ୧୭ ତାରିଖରେ ପାକିସ୍ତାନକୁ କୁଳଭୂଷଣ ଯାଧବଙ୍କୁ ଦୋଷୀ ଘୋଷଣା କରିବା ଏବଂ ଦଣ୍ଡାଦେଶ ଉପରେ ପୁର୍ନବି·ର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

error: Thank You Keep Visiting