ଗ୍ୟାଙ୍ଗଷ୍ଟର ପ୍ରେମ ପ୍ରକାଶ ସିଂହ ଓରଫ ଗ୍ୟାଙ୍ଗଷ୍ଟର ମୁନା ବଜରଙ୍ଗୀକୁ ହତ୍ଯା

Straight to the Point

ଲକ୍ଷ୍ନୌ: ପ୍ରେମ ପ୍ରକାଶ ସିଂହ ଓରଫ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ମୁନା ବଜରଙ୍ଗୀକୁ ଆଜି ଉତ୍ତର ପ୍ରଦେଶର ବାଗପତ୍‍ ଜେଲ୍‍ ଭିତରେ ଗୁଳିକରି ହତ୍ୟା କରାଯାଇଛି। ମୁନା ବିରୋଧରେ ବିଜେପି ନେତା କ୍ରିଷ୍ଣାନନ୍ଦ ରାୟଙ୍କ ହତ୍ୟା ଅଭିଯୋଗ ଅଛି। ଗତ ରବିବାର ଦିନ ମୁନାକୁ ଝାନ୍ସିରୁ ବାଗ୍‍ପତ ସ୍ଥାନାନ୍ତର କରାଯାଇଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେବା ସହିତ ଜେଲ୍‍ ଅଧୀକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ମୁନାର ଜୀବନ ପ୍ରତି ବିପଦ ଥିବା ବିଷୟରେ ମୁନାର ପତ୍ନୀ ସୀମା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିବା ମୁନାର ଓକିଲ ଭି ଶ୍ରୀବାସ୍ତବ କହିଛନ୍ତି।

error: Thank You Keep Visiting