୨୧ ହଜାର ଟଙ୍କାର ପିଆଜ ଚୋରି ଅଭିଯୋଗରେ ୨ ଗିରଫ

An Independent Media

ମୁମ୍ବଇ ( ଏଜେନ୍ସି ) : ବଜାରରେ ସୁନାର ଦର ବୃଦ୍ଧିକୁ ନେଇ ଚର୍ଚ୍ଚା ହେବା ସାଧାରଣ କଥା। ମାତ୍ର କିଛି ଦିନ ହେବ ଦର ବୃଦ୍ଧିକୁ ନେଇ ପିଆଜ ବେଶ ଚର୍ଚ୍ଚାରେ ରହିଛି। ପୂର୍ବରୁ ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁ ଥିଲା। ମାତ୍ର ବର୍ତ୍ତମାନ ପିଆଜ ଦେଖିଲେ ମଧ୍ୟ ଆଖିରୁ ଲୁହ ବାହାରୁଛି। ଏଭଳି ସମୟରେ ପିଆଜ ଚୋରି ହେବା ଘଟଣା ସାମ୍ନାକୁ ଆସିଛି। ମୁମ୍ବଇର ଡ଼ୋଗରି ବଜାରରୁ ମଙ୍ଗଳବାର ପିଆଜ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଉକ୍ତ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୧୬୮ କିଲୋ ପିଆଜ ଜବତ ହୋଇଥିବା ଜଣାପଡ଼ିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୧ ହଜାର ଟଙ୍କା।

error: Thank You Keep Visiting