ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜଣେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର

An Independent Media

ନୂଆଦିଲ୍ଲୀ: ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଆଳରେ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଜଣେ ଟିଭି ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିବା ଘଟଣା ପୁଣି ଥରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରବିବାର ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ। ସେହି ସମୟରେ ପୁଲିସ ସହିତ ଛାତ୍ରଛାତ୍ରୀଙ୍କ ମୁହାଁମୁହିଁ ହେବା ଫଳରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ପୁଲିସ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ବିନା ଅନୁମତିରେ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କୁ ଲାଠିମାଡ଼ କରିଥିବା ଅଭିଯୋଗ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ପୁଲିସ ଉପରକୁ ପଥର ଫିଙ୍ଗିଥିବା ଅଭିଯୋଗ ହୋଇଛି। ଇତି ମଧ୍ୟରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବାବେଳେ ସୋମବାର ଘରୋଇ ସମ୍ବାଦ ଟିଭି ଚ୍ୟାନେଲ ‘ଏବିପି ନ୍ୟୁଜ’ ଜାମିଆ ମିଲିଆ ଇସଲାମିଆ ବିଶ୍ଵବିଦ୍ୟାଳୟ ପରିସର ନିକଟରୁ କ୍ରମାଗତ ଭାବେ ଛାତ୍ରଛାତ୍ରୀମାନଙ୍କ ଆନ୍ଦୋଳନର ସିଧା ପ୍ରସାରଣ କରିଥିଲା।

error: Thank You Keep Visiting