୨୩ଟି ଭାଷାରେ ଘୋଷଣା ହେଲା ୨୦୧୯ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର

An Independent Media

ନୂଆଦିଲ୍ଲୀ ( ଏଜେନ୍ସି ) : ୨୦୧୯ ସାହିତ୍ୟ ଏକାଡେମୀ ପୁରସ୍କାରଗୁଡ଼ିକର ବୁଧବାର ଘୋଷଣା କରାଯାଇଛି। ୨୩ଟି ଭାରତୀୟ ଭାଷା ଉପରେ ସାହିତ୍ୟ ଏକାଡେମୀ ପୁରସ୍କାରମାନ ଘୋଷିତ ହୋଇଛି। ହିନ୍ଦୀରେ ନନ୍ଦକିଶୋର ତାଙ୍କର କବିତା ‘ଚିଲତେ ହୁଏ ଅପନେକୋ’ ପାଇଁ ଓ ଇଂରାଜୀରେ ଡକ୍ଟର ଶଶି ଥରୁର୍‍ ତାଙ୍କର କାଳ୍ପନିକ କାହାଣୀ ‘An Era Of Darkness’ ପାଇଁ ପୁରସ୍କାର ପାଇଛନ୍ତି। ତାମିଲରେ ଚୋ ଧର୍ମନ୍‍ଙ୍କୁ ତାଙ୍କର ଉପନ୍ୟାସ ‘ସୂଲ୍‍’ ପାଇଁ ଓ ଗୁଜରାତିରେ ରୀତାଲାଲ ବୋରି ସାଗରଙ୍କୁ ତାଙ୍କର ପ୍ରବନ୍ଧ ‘ମୋଜାମା ରେବୁ ରେ’ ପାଇଁ ପୁରସ୍କୃତ କରାଯାଇଛି। ସଂସ୍କୃତରେ ପେନ୍ନା ମଧୁସୂଦନଙ୍କୁ ତାଙ୍କର କବିତା ‘ପ୍ରଜ୍ଞାଚକ୍ଷୁଶଂ’ ପାଇଁ ପୁରସ୍କୃତ କରାଯାଇଥିଲା ବେଳେ ଉର୍ଦ୍ଦୁରେ ଶାଫେ କିଦୱେଙ୍କୁ ତାଙ୍କର ଜୀବନୀ ‘ସାୱନେଃ ସର୍‍ ସୟଦ୍‍ : ଏକ୍‍ ବଜଦୀଦ୍‍’ ପାଇଁ ପୁରସ୍କୃତ କରାଯିବ।

error: Thank You Keep Visiting