ଜେ ଏନ ୟୁ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଚେତାବନୀ
ନୂଆଦିଲ୍ଲୀ: ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବିଭାଗ ପରିସରରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଚେତାବନୀ ଦିଆଯାଇଛି। ଦିଲ୍ଲୀ ହିଂସାରେ ପୀଡ଼ିତଙ୍କୁ ଯିଏ ବିଶ୍ୱବିଦ୍ୟାଳୟ ପରିସରରେ ଆଶ୍ରୟ ଦେଉଥିବ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜେଏନୟୁ କ୍ୟାମ୍ପସକୁ ଆଶ୍ରୟ ସ୍ଥଳରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀଙ୍କର କୌଣସି ଅଧିକାର ନାହିଁ। ବିଶ୍ୱବିଦ୍ୟାଳୟର ରେଜିଷ୍ଟର ପ୍ରମୋଦ କୁମାର ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ ଏଭଳି ଚେତାବନୀ ଦେଇଛନ୍ତି।
ବିଶ୍ୱବିଦ୍ୟାଳୟ ତରଫରୁ ପ୍ରକାଶ ପାଇଥିବା ଏହି ନୋଟିସ ଅନୁଯାୟୀ, ଜେଏନୟୁ ପ୍ରଶାସନିକ ବିଭାଗ କ୍ୟାମ୍ପସରେ ରହୁଥିବା ଲୋକଙ୍କ ପାଖରୁ ଅନେକ ଫୋନ୍ କଲ୍ ଆସିଥିଲା। ଦିଲ୍ଲୀ ହିଂସା ପରେ ସେମାନେ ସୁରକ୍ଷିତ ମନେ କରୁନଥିବା ଅଭିଯୋଗ ହୋଇଥିଲା । ଜେଏନୟୁ ଛାତ୍ର ସଂଘ ତରଫରୁ ସେମାନଙ୍କ ପାଖକୁ ବାରମ୍ୱାର ଫୋନ୍ ଆସୁଥିବାରୁ ସୁରକ୍ଷିତ ମନେ କରୁନଥିବା ଅଭିଯୋଗ କରିଥିଲେ।ନିକଟରେ ଦିଲ୍ଲୀରେ ଦେଖାଦେଇଥିବା ହିଂସାକୁ ନେଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏକ ଶାନ୍ତି ଶୋଭାଯାତ୍ରା କରିଥିଲେ। ଅନେକ ଛାତ୍ରଛାତ୍ରୀ କ୍ଲାସ ନଯାଇ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ଏହାପରେ ଜେଏନୟୁ କ୍ୟାମ୍ପସରେ ଭିତରେ ରହୁଥିବା ଲୋକମାନେ ନିଜକୁ ଅସୁରକ୍ଷିତ ମନେ କରୁଥିବା ଜଣାପଡିବା ପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆ ଯାଇଛି