ପ୍ରୟାଗରାଜ : 300 ଦିବ୍ୟାଙ୍ଗଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

An Independent Media

ପ୍ରୟାଗରାଜ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକଆ ଉତ୍ତର ପ୍ରଦେଶ ଗସ୍ତରେ ଆସିଛନ୍ତି।  ବମରୋଲି ବିମାନବନ୍ଦରରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରିଥିଲେ। ଏହିଗସ୍ତକାଳରେ ସେ ପ୍ରୟାଗରାଜରେ ସାମାଜିକ କର୍ମୀଙ୍କ ‘ଶିବିର’ ଉଦଘାଟନ କରିବା ସହ ଚିତ୍ରକୁଟର ଭରତକୂପରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ ଶିଳାନ୍ୟାସ କରିବେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାଗରାଜଠାରେ ୩୦୦ଜଣ ଦିବ୍ୟାଙ୍ଗ ଏବଂ ବୟସ୍କମାନଙ୍କ ସହ ମନ୍ କି ବାତ୍ କରିଛନ୍ତି। ଏହି ଅବସରରେ ଦିବ୍ୟାଙ୍ଗମାନଙ୍କୁ ମୋଟୋରାଇଜ୍ଡ  ଟ୍ରାଇସାଇକେଲ୍ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ ଚିତ୍ରକୁଟର ଭରତକୂପଠାରୁ ଆରମ୍ଭ ହୋଇ ବାନ୍ଦା, ହମୀରପୁର, ମହୋବା ଓ ଓରେୟା ହୋଇ ଇଟାୱାର କୁଦରେଲ ଗାଁ ନିକଟରେ ଯମନା ଏକ୍ସପ୍ରେସକୁ ଛୁଇଁବ । ଏହି ରାସ୍ତା ନିର୍ମାଣ ହେବା ପରେ ବୁନ୍ଦେଲଖଣ୍ଡ ସିଧାସଳଖ ଜାତୀୟ ରାଜଧାନୀ ଦିଲ୍ଲୀ ସହିତ ଯୋଡ଼ିହୋଇଯିବ ।
ପାଖାପାଖି ୨୯୬ କିଲୋମିଟର ଲମ୍ବ ଏହି ରାସ୍ତାର ନିର୍ମାଣ ପାଇଁ ୧୪ ହଜାର ୮୪୯ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ୪ ଥାକିଆ ହେବ ଏବଂ ଭବିଷ୍ୟତରେ ୬ ଥାକିଆରେ ସଂପ୍ରସାରଣ କରାଯିବାର ଯୋଜନା ଅଛି । ଏହି ପ୍ରକଳ୍ପ ପାଇଁ ୯୫ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଛି । ଏହି ରାସ୍ତାର କାମ ୨୦୨୨ରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।ପ୍ରଧାନମନ୍ତ୍ରୀ ମୋଦୀ ଚିତ୍ରକୁଟରୁ ଦେଶବ୍ୟାପୀ ୧୦ ହଜାର ଚାଷୀ ଉତ୍ପାଦକ ସଂଗଠନ ଆରମ୍ଭ କରିବେ । ପାଖାପାଖି ୮୬ ପ୍ରତିଶତ ଚାଷୀ ଛୋଟ ଏବଂ ସୀମାନ୍ତ ଚାଷୀ ଏହି ଯୋଜନାରେ ସାମିଲ ଅଛନ୍ତି ।

error: Thank You Keep Visiting