କୋରୋନା ଆମେରିକାରେ କାୟାବିସ୍ତାର କରିଲାଣି : ଚୀନ ସମେତ ବୈଶ୍ୱିକ ମୃତ୍ୟୁହାର ୩୦୦୦ ଟପିଲା

An Independent Media

ନୂଆଦିଲ୍ଲୀ / ୱାଶିଂଟନ:  ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭୂଜାଣୁ ଯୋଗୁ ସାରା ବିଶ୍ଵରେ ମୃତ୍ୟୁ ସଂଖ୍ୟା ୩ ହଜାର ଟପିଲାଣି। ଏହି ଭୂତାଣୁ ବର୍ତ୍ତମାନ ସୁଦ୍ଧା ୭୦ ଦେଶକୁ ବ୍ୟାପି ସାରିଥିବାବେଳେ କେବଳ ଚୀନରେ ୨୯୧୨ ଜଣଙ୍କ ମୃତ୍ୟୁ ଘଟିସାରିଛି । ସେହିପରି ଆକ୍ରାନ୍ତ ସଂଖ୍ୟା ୮୮ ହଜାର ଅତିକ୍ରମ କରିଛି। ଗତ ରବିବାର ୪୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆମେରିକାର ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି। ଆମେରିକାରେ ରବିବାର ୨ ଜଣଙ୍କ ମୃତ୍ୟୁ ହୋଇଛି।ଚୀନର ଜାତୀୟ ସ୍ବାସ୍ଥ୍ୟ କମିଶନଙ୍କ ସୂଚନା ଅନୁସାରେ, ରବିବାର ୨୦୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ୨୬ ରହିଛି। ସେହିପରି ୱାଶିଂଟନର ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ, ରବିବାର ରାତିରେ କରୋନା ଭୂତାଣୁ ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଗ୍ରେଟର ସିଏଟଲ ଅଞ୍ଚଳରେ ଭୂତାଣୁ ବ୍ୟାପିଥିଲେ ହେଁ ତାହାର ସନ୍ଧାନ ମିଳିପାରି ନ ଥିଲା। ସିଏଟନ ଏବଂ କିଙ୍ଗ୍‌ କାଉଣ୍ଟିର ଜନସ୍ବାସ୍ଥ୍ୟ ସେବା ପକ୍ଷରୁ କରୋନାରେ ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି।

error: Thank You Keep Visiting