ଦିଲ୍ଲୀରେ ପ୍ରଥମ କୋରୋନ ସନ୍ଦିଗ୍ଧ ଚିହ୍ନଟ
ନୁଆଦିଲ୍ଲୀ : ସାରା ବିଶ୍ୱରେ୫୫ ଦେଶରେ ଆତଙ୍କ ଖେଳାଇବା ପରେ ଏବେ ଭାରତରେ ନିଜ ଉପସ୍ତିତି ଜାହିର କଲା ଭୟଙ୍କର କରୋନା ଭାଇରସ । ଭାରତରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଦୁଇଟି ମାମଲା ସାମ୍ନାକୁ ଆସିଛି । ଦୁଇଟି ମାମଲାରେ ବ୍ଲଡ ରିପୋର୍ଟ ମଧ୍ୟ ପଜଟିଭ ଆସିଥିବା ଜଣାପଡ଼ିଛି । ପ୍ରଥମ ରୋଗୀ ଜଣକ ଦେଶର ରାଜଧାନୀ ଦିଲ୍ଲୀରେ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଜଣେ ରୋଗୀ ତେଲଙ୍ଗାନା ର ହୋଇଥିବା ଜଣାପଡ଼ିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କରୋନା ଆକ୍ରାନ୍ତ ଦୁଇ ରୋଗୀଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା ଆରମ୍ଭ ହୋଇଛି ଆଉ ଦୁଇ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଚୀନରେ ମହାମାରୀର ରୂପ ନେଇ ସାରିଥିବା କରୋନା ଭାଇରସ ଯୋଗୁଁ ବିଶ୍ୱରେ ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ସେହିଭଳି ୮୮ ହଜାରରୁ ଅଧିକ ଲୋକ ଏହି ସଂକ୍ରମଣର ଶିକାର ହୋଇଛନ୍ତି । ଚୀନରେ ସର୍ବାଧିକ ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ସର୍ବାଧିକ ଇରାନରେ ମୃତ୍ୟୁ ହୋଇଛି । ପୂର୍ବରୁ ଭାରତରେ ୩ଟି ରୋଗୀ ଚିହ୍ନଟ ହୋଇଥିଲେ । ସେ ସମସ୍ତ ରୋଗୀ କେରଳର ହୋଇଥିଲେ ବର୍ତ୍ତମାନ ସେ ସମସ୍ତ ରୋଗୀ ସୁସ୍ଥ ହୋଇ ନିଜ ନିଜ ଘରକୁ ମଧ୍ୟ ଫେରି ସାରିଲେଣି ହେଲେ ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହେବା ପରେ ସାରା ଦେଶରେ ଆତଙ୍କର ମାହୋଲ ସୃଷ୍ଟି ହୋଇଛି ।