ସୋସିଆଲ ମିଡିଆରୁ ସନ୍ୟାସ ନେବାକୁ ଚିନ୍ତା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଛାଡ଼ିବାକୁ ନେଇ ଚିନ୍ତା କରୁଛନ୍ତି । କିନ୍ତୁ ମୋଦୀଙ୍କୁ ସୋସିଆଲ ମିଡିଆରେ କୋଟି କୋଟି ଲୋକ ଅନୁସରଣ କରୁଛନ୍ତି ଭାରତରେ ସୋଶାଲ ମିଡିଆ ବ୍ୟାପକ ହେବା ପରେ ହିଁ ସେ ସରକାରକୁ ଆସିଛନ୍ତି। ତେବେ ସେ ଯଦି ସୋଶାଲ ମିଡିଆ ଛାଡ଼ିବାକୁ ସନ୍ଦେଶ ଦେବେ କେମିତି ମନେ ହେବ।କିନ୍ତୁ ଏଭଳି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଜ୍ଞା ହଁ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଏଭଳି ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆସନ୍ତା ରବିବାର ମୋର ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଆଦି ସୋସିଆଲ ମିଡିଆ ଆକାଉଣ୍ଟରୁ ବିଶ୍ରାମ ନେବାକୁ ଚିନ୍ତା କରୁଛି। ଆପଣମାନେ ପୋଷ୍ଟ କରୁଥା’ନ୍ତୁ।” ସୂଚନାଯୋଗ୍ୟ ଯେ, ସୋଶାଲ ମିଡିଆରେ ମୋଦି ଅନେକ ପ୍ରସିଦ୍ଧ ଲୋକଙ୍କୁ ପଛରେ ପକାଇ ସର୍ଭାଗ୍ରେ ଅଛନ୍ତି। ମୋଦିଙ୍କୁ ବର୍ତ୍ତମାନ ଫେସବୁକ୍ରେ ୪୪ ମିଲିଅନ୍ ଲୋକ ଅନୁସରଣ କରୁଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ଏହି ସଂଖ୍ୟା ୩୫.୨ ମିଲିଅନ୍ ରହିଛି। ଟ୍ୱିଟରରେ ତାଙ୍କୁ ୫୩.୩ ମିଲିଅନ୍ ଲୋକ ଅନୁସରଣ କରୁଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ଭବତଃ ସେହି ହସ୍ତୀମାନଙ୍କ ତାଲିକାରେ ସାମିଲ ହେବାକୁ ଯାଉଛନ୍ତି, ଯେଉଁମାନେ ସୋସିଆଲ ମିଡିଆରୁ ବିଦାୟ ନେଇଛନ୍ତି । ମାତ୍ର ଯେଉଁ ହସ୍ତୀମାନେ ସୋସିଆଲ ମିଡିଆରୁ ବିଦାୟ ନେଇଛନ୍ତି, ବୋଧେ ସେଭଳି ବଡ଼ଧରଣର କ୍ଷତି ହୋଇ ନଥିବ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତିରେ ଏହା ହୋଇପାରେ । କାରଣ ସେ କେବଳ ବିଶ୍ୱର ସବୁଠାରୁ ବଡ଼ ଗଣଣାତାନ୍ତ୍ରିକ ଦେଶର ପ୍ରଧାନମନ୍ତ୍ରୀ ସହ ସୋସିଆଲ ମିଡିଆରେ ସର୍ବାଧିକ ଲୋକପ୍ରିୟ ହସ୍ତି ଭାବରେ ଜଣାଶୁଣା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ତାଙ୍କୁ କୋଟି କୋଟି ଲୋକ ଅନୁସରଣ କରୁଛନ୍ତି ।