୨୦ ବର୍ଷ ପରେ ଭାତ ଖାଇଲେ ବିଜେପି ନେତା

An Independent Media

ଇନ୍ଦୋର: ବିଗତ ପ୍ରାୟ ୨୦ ବର୍ଷ ତଳେ କୈଳାସ ବିଜୟବର୍ଗୀୟ ଇନ୍ଦୋରର ମେୟର ଭାବେ ନିର୍ବାଚିତ ହୋଇଥିଲେ । ଏହି ସମୟରେ ତାଙ୍କୁ ଜଣେ ମହାତ୍ମା କହିଥିଲେ, ସହରରେ ପିତୃ ଦୋଷ ଅଛି । ସେଥିପାଇଁ ସହରର ବିକାଶ ହୋଇପାରୁ ନାହିଁ । ଏଥିରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା କରିବାକୁ ହେବ । ତାଙ୍କ କଥାରେ ବିଜୟବର୍ଗୀୟ ପିତୃ ପର୍ବତ ଉପରେ ବଜରଙ୍ଗବାଲୀଙ୍କ ପ୍ରତିମା ପ୍ରତିଷ୍ଠା କରିବା ପରେ ହିଁ ଅନ୍ନ ଗ୍ରହଣ କରିବାକୁ ସଂକଳ୍ପ ନେଇଥିଲେ ।ମହାତ୍ମାଙ୍କ କହିବା ପରେ କୈଳାସ ବିଜୟବର୍ଗୀୟ ବଜରଙ୍ଗବାଲୀଙ୍କ ପ୍ରତିମା ପ୍ରତିଷ୍ଠା କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସହରର ପୁରୁଣା ଦେବଧର୍ମ ଟେକରୀରେ ପୂର୍ବ ପୁରୁଷଙ୍କୁ ମନେ ପକାଇ ଗଛ ଲଗାଇ କାମ ଆରମ୍ଭ କରିଛନ୍ତି । ବିଗତ ୨୦ ବର୍ଷରେ ଏଠାରେ ପାଖାପାଖି ସେ ୧ ଲକ୍ଷ ଗଛ ଲଗାଇଛନ୍ତି । ଏହା ପରେ ଭଗବାନ ହନୁମାନଙ୍କ ଅଷ୍ଟଧାତୁର ପ୍ରତିମା ଗଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଗ୍ୱାଲିୟରର ୧୨୫ ଜଣ କାରିଗର ୭ ବର୍ଷ ହେବ ଏହି ପ୍ରତିମା ନିର୍ମାଣରେ ବ୍ୟସ୍ତ ଅଛନ୍ତି । ଏହି ହନୁମାନ ମୂର୍ତ୍ତିର ଉଚ୍ଚତା ୭୨ ଫୁଟ୍ ଏବଂ ଏହାର ଓଜନ ୧୦୮ଟନ୍ ବୋଲି ଜଣାଯାଇଛି । ଏଥିଲାଗି ପାଖାପାଖି ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି ।ଏଠାରେ ଆୟୋଜିତ ଏକ ମହୋତ୍ସବ ଗତ ମାସ ୨୪ରୁ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହେଉଛି । ଏହି ଅବସରରେ ଜୁନା ଆଖଡାର ପୀଠାଧିଶ୍ୱେର ଅବଧେଶାନନ୍ଦ ଗିରି ମହାରାଜ, ସନ୍ଥ ମୁରାରୀ ବାପୁ ଓ ବୃନ୍ଦାବନରୁ ମହାମଣ୍ଡଳେଶ୍ୱର ଗୁରୁଶରଣାନନ୍ଦଜୀ ମହାରାଜ ଇନ୍ଦୋରରେ ପହଞ୍ଚିଛନ୍ତି । ସେମାନଙ୍କ ହାତରୁ କୈଳାସ ଅନ୍ନ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଅନ୍ନ ଗ୍ରହଣ ନ କରି ସାଗୁ ଦାନା ଫଳ ଆଦି ଖାଦ୍ୟ ସେବନ କରୁଥିଲେ ।

error: Thank You Keep Visiting