ପବନ ଗୁପ୍ତାର ରାଜକ୍ଷମା ଖାରଜ; ଦୋଷୀଙ୍କ ପାଖରେ ନାହିଁ ଅନ୍ୟ ବିକଳ୍ପ

An Independent Media

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀ ପୱନ ଗୁପ୍ତାର ରାଜକ୍ଷମା ଆବେଦନକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି। ଏହା ସହିତ ୪ ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଯାଇଛି ବୋଲି ଜଣାପଡିଛି । ଏଥର ଦୋଷୀମାନଙ୍କୁ ଫାଶୀ ପାଇବାରୁ କେହି ରକ୍ଷା କରିପାରିବେ ନାହିଁ।ପୱନର ରାଜକ୍ଷମା ଆବେଦନ ଖାରଜ ହେବା ଏବଂ ଦୋଷୀଙ୍କ ପାଖରେ କୌଣସି ଆଇନଗତ ବିକଳ୍ପ ନ ଥିବାରୁ ଏବେ ତିହାର ଜେଲ ପ୍ରଶାସନ ପଟିୟାଲା ହାଉସ କୋର୍ଟରେ ନୂଆ ଡେଥ ୱାରେଣ୍ଟ ପାଇଁ ଆବେଦନ କରିବ। ଦୋଷୀମାନଙ୍କୁ ଚଳିତ ମାସରେ ହିଁ ଫାଶୀ ଦିଆଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

error: Thank You Keep Visiting