କୋରୋନା ପାଇଁ ଏବର୍ଷ ହୋଲି ଖେଳିବେନି ମୋଦୀ,ଶାହା, ନଡ଼ା

An Independent Media

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଧୀରେ ଧୀରେ ବ୍ୟାପିବାରେ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା ଚଳିତବର୍ଷ ହୋଲି ପାଳିବେ ନାହିଁ। ମୋଦୀ, ଶାହ ଏବଂ ନଡ୍ଡା କୌଣସି ହୋଲି ମିଳନ ସମାରୋହରେ ସାମିଲ ହେବେ ନାହିଁ ବୋଲି ବୁଧବାର ସୂଚନା ମିଳିଛି।ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍‌ କରି କହିଛନ୍ତି, ବିଶ୍ଵବ୍ୟାପୀ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ଯେ ନୋବେଲ କରୋନା ଭାଇରସ କୋଭିଡ-୧୯କୁ ବ୍ୟାପିବାରେ ରୋକିବା ପାଇଁ ସାମୁହିକ କାର୍ଯ୍ୟକ୍ରମଗୁଡ଼ିକୁ କମ୍‌ କରିବା ଉଚିତ। ଏଥିପାଇଁ ଚଳିତବର୍ଷ ମୁଁ କୌଣସି ହୋଲି ମିଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନ କରିବା ଲାଗି ନିଷ୍ପତ୍ତି ନେଇଛି। ସେହିପରି ବିଜେପି ଅଧ୍ୟକ୍ଷ ଜେ ପି ନଡା ଏବଂ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏବର୍ଷ ହୋଲି ଖେଳିବେନି ବୋଲି ଜଣା କହିଛନ୍ତି । 

error: Thank You Keep Visiting