ବିଦେଶରୁ ଫେରି ଦିଲ୍ଲୀ ଦଙ୍ଗା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ରାହୁଲ ଗାନ୍ଧୀ

An Independent Media

ନୂଆଦିଲ୍ଲୀ:  ଦିଲ୍ଲୀ ଦଙ୍ଗା ବେଳେ ବିଦେଶରେ ଥିବା ରାହୁଲ ଗାନ୍ଧୀ ଆଜି ସନ୍ଧ୍ୟାରେ ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀରେ ସୃଷ୍ଟି ହୋଇଥିବା ଦଙ୍ଗା କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ବରିଷ୍ଠ କଂଗ୍ରେସ ନେତାଙ୍କ ସହ କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚିଥିଲେ ରାହୁଲ ଗାନ୍ଧୀ। ରାହୁଲଙ୍କ ସହ ଅଧୀର ରଞ୍ଜନ ଚୌଧୁରୀ, କେସି ଭେନୁଗୋପାଲ ଓ ସେଲଜା କୁମାରୀ ମଧ୍ୟ ଉତ୍ତର ପୂର୍ବ ଦିଲ୍ଲୀର ଦଙ୍ଗା କ୍ଷତି ଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି। ହିଂସା ବେଳେ ଦିଲ୍ଲୀରେ ନଥିବା ରାହୁଲ ମଙ୍ଗଳବାର କଂଗ୍ରେସ ପକ୍ଷରୁ ସଂସଦ ବାହାରେ ଆୟୋଜିତ ଦିଲ୍ଲୀ ହିଂସା ବିରୋଧୀ ବିକ୍ଷୋଭରେ ମଧ୍ୟ ସାମିଲ ଥିଲେ। ରାହୁଲ ଦିଲ୍ଲୀ ଦଙ୍ଗା ପାଇଁ ମୋଦି ସରକାରଙ୍କୁ ବାରମ୍ବାର ଦାୟୀ କରିଥିବା ବେଳେ  ଦଳ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛି।

 

error: Thank You Keep Visiting