ଆଉ ଅଧ୍ୟକ୍ଷ ପଦକୁ ଫେରିବିନାହିଁ: ରାହୁଲ ଗାନ୍ଧୀ

An Independent Media

ନୂଆଦିଲ୍ଲୀ: ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ ପଦକୁ  କେବେ ହେଲେ ଫେରିବେ ନାହିଁ ରାହୁଲ ଗାନ୍ଧି । 
ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନ ପ୍ରଦର୍ଶନ ପରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଦଳରେ ନେତୃତ୍ୱ ସଙ୍କଟ ଦେଖାଯାଇଥିଲା। ଶେଷରେ ସୋନିଆ ଗାନ୍ଧିଙ୍କୁ ଦଳର ଆଭ୍ୟନ୍ତରୀଣ ଅଧ୍ୟକ୍ଷ କରାଯାଇଛି। ହେଲେ ରାହୁଲଙ୍କ ବିନା ଦଳରେ ନେତୃତ୍ଵ ସଙ୍କଟ ଦେଖାଯାଇଛି । ଏସବୁ ଭିତରେ ପୁଣିଥରେ ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ରାହୁଲ ଗାନ୍ଧି କହିଛନ୍ତି, “ଦଳର ନେତୃତ୍ୱ ନେବା ପ୍ରସଙ୍ଗରେ ମୁଁ ମୋର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି। ଏ ସମ୍ପର୍କରେ ମୁଁ ଚିଠି ଲେଖି ସମସ୍ତଙ୍କୁ ଭଲ ଭାବେ ଅବଗତ କରାଇ ସାରିଛି। ବର୍ତ୍ତମାନ ସ୍ଥିତିରେ ମୁଁ କଂଗ୍ରେସର ଅଧ୍ୟକ୍ଷ ପଦକୁ ଫେରିବାର କୌଣସି ପ୍ରଶ୍ନ ଉଠୁନାହିଁ।”

error: Thank You Keep Visiting