ମମତା ଦିଦି ଆରମ୍ଭ କରିବେ ବିଜେପି ଛି ଛି ଅଭିଯାନ

An Independent Media

କୋଲକାତା: ରାଜ୍ୟର ପ୍ରତି ବ୍ଲକରେ ଶୁକ୍ରବାର ପାଖରୁ ‘ବିଜେପି ଛି ଛି’ ଅଭିଯାନ ଆରମ୍ଭ କରିବ ଟିଏମସି। ଦିଲ୍ଲୀ ହିଂସା ଘଟଣାରେ ବିଜେପିକୁ ଦାୟୀ କରି ଟିଏମସି ଏଭଳି ଅଭିଯାନ ଆରମ୍ଭ କରିବାକୁ ଯାଉଛି। ନର୍ଥ ବେଙ୍ଗଲରେ ଥିବା ଦକ୍ଷିଣ ଦିନାଜପୁର ଜିଲ୍ଲାରେ ଏକ ରାଲିକୁ ଉଦବୋଧନ ଦେବା ବେଳେ ‘ବିଜେପି ଛି ଛି’ ଅଭିଯାନ ବାବଦରେ ମମତା ଘୋଷଣା କରିଛନ୍ତି।
ଦିଲ୍ଲୀରେ ଦେଖାଦେଇଥିବା ଘଟଣା ପାଇଁ ବିଜେପିକୁ ମମତା ଦାୟୀ କରିଛନ୍ତି। ବାହାରୁ ଲୋକ ଆଣି ଦିଲ୍ଲୀରେ ବିଜେପି ହିଂସା ଏବଂ ହତ୍ୟା କରିଛି ବୋଲି ମମତା ଦାବି କରିଛନ୍ତି। ଏହି ଅଭିଯାନ ଜରିଆରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଏବଂ ଜାତୀୟ ଜନସଂଖ୍ୟା ରେଜିଷ୍ଟରକୁ ରାଜ୍ୟର ଶାସକ ଦଳ ବିରୋଧ କରିବ।

error: Thank You Keep Visiting