କାଶ୍ମୀର ଖବର: ଶତ୍ରୁ ଦେଶକୁ ତଥ୍ୟ ଯୋଗାଇ ଏଜେଣ୍ଟ ଗିରଫ

An Independent Media

ଶ୍ରୀନଗର : ଜମ୍ମୁ-କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ ଟିମ ଗୁଇନ୍ଦାଗିରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକଜଣଙ୍କ ପାକିସ୍ତାନର ଗୁଇନ୍ଦା ବିଭାଗ ପାଇଁ ଏଜେଣ୍ଟ ଭାବେ କାମ କରୁଥିବା ଅଭିଯୋଗ ହୋଇଛି। ପୋଲିସ ନରଓ୍ୱାଲ ଫଳ ଓ ପରିବା ବଜାରରୁ ତାଙ୍କୁ ଗିରଫ କରିଥିଲା। ଯୁବକଜଣଙ୍କ ସ୍ଥାନୀୟ ଅଞ୍ଚଳର ପଙ୍କଜ ଶର୍ମା ବୋଲି ଜଣାପଡିଛି।ପଙ୍କଜ ଏଜେଣ୍ଟ ଭାବେ କାମ କରି ଜମ୍ମୁ, ସାମ୍ବା ଓ କଠୁଆରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କ ଲୋକେସନ, ମୁଭମେଣ୍ଟ, ଫଟୋ ,ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାକିସ୍ତାନକୁ ସୋସିଆଲ ମିଡିଆ ମାଧ୍ୟମରେ ପଠାଉଥିଲା। ପୋଲିସ ତାହାର ୨ଟି ବ୍ୟାଙ୍କ ଆକାଉଣ୍ଟକୁ ସିଲ କରିଛି । 

error: Thank You Keep Visiting