ପିଏମ ଆବାସ ଯୋଜନାରେ ୨୫ଲକ୍ଷ ଘର ଭିତରୁ 21ଲକ୍ଷ ଘର କେନ୍ଦ୍ର ଦେଇଛି: ବିଜେପି

An Independent Media

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ଆବାସ  ଯୋଜନା ନେଇ ବିଜେପି ର ସାମ୍ବାଦିକ ସମ୍ମିଳନୀ। ସରକାର ଙ୍କୁ ଟାର୍ଗେଟ କଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ଓଡ଼ିଶା ରେ ଫନି ପର ଠାରୁ  ଆବାସ ଯୋଜନାରେ ଗୋଟିଏ ବି କାର୍ଯ୍ୟାଦେଶ ଦେଲେନି। ହିତାଧିକାରୀଙ୍କ ଚୟନ ତାଲିକା ଚୂଡାନ୍ତ ହୋଇପାରିନି।  27 ଲକ୍ଷ ଙ୍କୁ  ଘର ପ୍ରଥମେ ଦେବାକୁ କହିଥିଲେ । ଦିତୀୟ ଦଫା ସର୍ଭେରେ 9 ଲକ୍ଷ ନାଁ କଟିଲା ।  ଫେବ୍ରୁଆରୀ 22 ଯାଏ ତାରିଖ ଘୁଞ୍ଚାଇଲେ । ଆଜି ସୁଦ୍ଧା ତାଲିକା ଚୂଡାନ୍ତ ହୋଇନି । ଅଭିଯୋଗ ଗ୍ରହଣ ହେଉଛି । ଏହା ଏକ ତ୍ରୁଟିପୂର୍ଣ୍ଣ ତାଲିକା । ବିଜୁ ବାବୁ ଙ୍କ ଜୟନ୍ତୀ ସରକାର ମିଛ କହୁଛନ୍ତି । ନିଜେ 25 ଲକ୍ଷ ଘର କରିଥିବା ନେଇ କହୁଥିଲେ ବି 21 ଲକ୍ଷ ଘର ପାଇଁ କେନ୍ଦ୍ର ସରକାର ଅର୍ଥ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀ କାର୍ଡ ଦେବାକୁ ବିଜେଡି କିଏ ? ଏହା ସରକାରୀ କାର୍ଯ୍ୟକ୍ରମ । ରାଜନୈତିକ ଡ୍ରାମା କରୁଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି । 

error: Thank You Keep Visiting