କୋରୋନା ଭାଇରସ ମୁକ୍ତ ପ୍ରମାଣ ପତ୍ର ଦେବେ ବିଦେଶୀ ଯାତ୍ରୀ: ହର୍ଷବର୍ଦ୍ଧନ

An Independent Media

ନୂଆଦିଲ୍ଲୀ : ଭାରତକୁ ଭ୍ରମଣ ଉଦ୍ଦେଶ୍ୟରେ ଆସୁଥିବା ଇଟାଲୀ ଓ ଦକ୍ଷିଣ କୋରିଆ ଯାତ୍ରୀଙ୍କ ପାଇଁ କରୋନା ଭାଇରସ୍ ମୁକ୍ତ ପ୍ରମାଣପତ୍ର ଆଣିବାକୁ ପଡିବ। କେନ୍ଦ୍ର ସରକାର ଆଜି ଅତିରିକ୍ତ ଭ୍ରମଣ ମାର୍ଗଦର୍ଶିକା ଜାରି କରିଛନ୍ତି।  କରୋନା ଭୁତାଣୁ ପ୍ରଭାବିତ ଇଟାଲୀ ଓ ଦକ୍ଷିଣ କୋରିଆରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ମାରାତ୍ମକ କରୋନା ଭାଇରସ୍ ମୁକ୍ତ ପ୍ରମାଣପତ୍ର ଆଣିବାକୁ ପଡିବ। ଚଳିତ ମାର୍ଚ୍ଚ ୧୦ରୁ ଏହି ନିୟମ କାର୍ଯ୍ୟକାରୀ ହେବ ଏବଂ କୋଭିଡ – ୧୯ ମାମଲା ହ୍ରାସ ନ ହେବା ପର୍ଯ୍ୟନ୍ତ ଏହା ଏକ ସାମୟିକ ପଦକ୍ଷେପ ବୋଲି ସରକାର ଏକ ବିବୃତ୍ତିରେ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଭାରତରେ କରୋନା ଭାଇରସର ୨୯ଟି ମାମଲା ଚିହ୍ନଟ ହୋଇଛି। ପ୍ରଥମେ ଚୀନରେ ଆରମ୍ଭ ହୋଇଥିବା କରୋନା ଭାଇରସ୍ ଏବେ ସୁଦ୍ଧା ୭୪ରୁ ଅଧିକ ଦେଶକୁ ବ୍ୟାପି ସାରିଛି ଏବଂ ସାରା ବିଶ୍ୱରେ ୩ ହଜାର ୨ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଚୀନ୍ ପରେ ଦକ୍ଷିଣ କୋରିଆ, ଇରାନ ଏବଂ ଇଟାଲୀରେ କରୋନା ଭାଇରସରେ ସର୍ବାଧିକ ମୃତ୍ୟୁ ଘଟିଛି। ପୂର୍ବରୁ ଭାରତ ସରକାର ଚୀନ୍, ଦକ୍ଷିଣ କୋରିଆ, ଇରାନ ଏବଂ ଇଟାଲୀ ଭଳି ଦେଶଗୁଡିକ ପାଇଁ ଭିସା ଏବଂ ଇ-ଭିସା ସ୍ଥଗିତ ରଖିଛି।

error: Thank You Keep Visiting