କୋରୋନା ଭୟରେ ନିଜ ମୁହଁକୁ ସ୍ପର୍ଶ କରୁନାହାନ୍ତି ରାଷ୍ଟ୍ରପତି ଟ୍ରମ୍ଫ
ନୂଆଦିଲ୍ଲୀ: ବିଶ୍ବରେ କରୋନା ଭାଇରସକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ବିଶେଷଜ୍ଞଙ୍କ କଥା ମାନି ଟ୍ରମ୍ପ ନିଜର ମୁହଁକୁ ହାତରେ ସ୍ପର୍ଶ କରି ନଥିବା ଜଣାଯାଇଛି।
ବୁଧବାର ହ୍ବାଇଟ୍ ହାଉସରେ ରଖାଯାଇଥିବା ବୈଠକରେ ଯୋଗ ଦେଇ ଟ୍ରମ୍ପ କହିଥିଲେ, କରୋନାଭାଇରସ୍ ପ୍ରତିଷେଧମୂଳକ ପଦକ୍ଷେପ ତାଙ୍କୁ ନିଜ ମୁହଁଠାରୁୁ ଦୂରେଇ ରଖିଛି। ଏୟାରଲାଇନ୍ସର କାର୍ଯ୍ୟନିର୍ବାହୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ କରୋନା ସଂକ୍ରମଣକୁ ରୋକିବା ପାଇଁ ନିଆଯାଇଥିବା ପରିମଳ ବ୍ୟବସ୍ଥା ବିଷୟରେ ସେ ଆଲୋଚନା କରୁଥିବା ସମୟରେ ଏଭଳି ମତ ରଖିଥିଲେ। ବିମାନର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସେମାନଙ୍କର ବର୍ଦ୍ଧିତ ସଫେଇ କାର୍ଯ୍ୟକୁ ବ୍ୟାଖ୍ୟା କରିବା ସହ ହ୍ବାଇଟ୍ ହାଉସର କରୋନାଭାଇରସ ପ୍ରତିକ୍ରିୟା ସଂଯୋଜକ ହାତ ଧୋଇ ମୁହଁଙ୍କୁ ସ୍ପର୍ଶ କରିବା ବିଷୟରେ ଜଣାଇଥିଲେ। ତାଙ୍କର ଏଭଳି କଥା ଶୁଣି ହସିବା ସହ, ମୁଁ ମଧ୍ୟ ଏହି ଡ଼ରରେ ସପ୍ତାହେ ହେଲାଣି ମୋ ମୁହଁ ଛୁଇଁ ନାହିଁ ବୋଲି କହିଥିଲେ ଟ୍ରମ୍ପ।