ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କର ଦେବାଳିଆ ସ୍ଥିତି ସାମ୍ନାକୁ ଆସିବା ପରେ ଜମାକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କା ଉଠାଣ ଉପରେ କଟକଣା ଲଗାଇବା ପରେ ଗ୍ରାହକମାନେ ଟଙ୍କା ଉଠାଇବା ଲାଗି ଏଟିଏମ କାଉଣ୍ଟରରେ ଭିଡ଼ ଲଗାଉଛନ୍ତି। ଟଙ୍କା ବୁଡ଼ିଯିବା ନେଇ ଆଶଙ୍କା କରି ଜମାକାରୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ସେମାନଙ୍କୁ ଅଶ୍ଵସ୍ତ ରହିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପରାମର୍ଶ ଦେଇଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ଲୋକଙ୍କ ସ୍ବାର୍ଥକୁ ସରକାର ପ୍ରାଥମିକତା ଦେଉଛନ୍ତି, ତେଣୁ ଜମାକାରୀମାନେ ନିଶ୍ଚିନ୍ତ ରୁହନ୍ତୁ, ସେମାନଙ୍କ ଟଙ୍କା ସୁରକ୍ଷିତ ରହିଛି। । ସରକାର ଏବଂ ଆରବିଆଇ ୟେସ୍ ବ୍ୟାଙ୍କର ସମସ୍ୟା ସମାଧାନ କରିବାକୁ ମିଳିତ ଭାବେ ଉଦ୍ୟମ କରୁଛନ୍ତି।