ଭୋପାଲ: ସଙ୍କଟରେ କମଳନାଥ ସରକାର

An Independent Media

ଭୋପାଳ: ମଧ୍ୟପ୍ରଦେଶରେ କମଲନାଥଙ୍କ କଂଗ୍ରେସ ସରକାର ପ୍ରତି ସଙ୍କଟ ଦେଖାଯାଇଛି। ଏଠାରେ ୩ ଦିନ ଧରି ରାଜନୈତିକ ସଙ୍କଟ ଜାରି ରହିଛି। ମୁଖ୍ୟମନ୍ତ୍ରୀ କମଲନାଥ ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ସହିତ ମିଶି ଡ୍ୟାମେଜ କଂଟ୍ରୋଲ କରିନେଇଥିବା କୁହାଯାଉଥିଲା, କିନ୍ତୁ ଗୁରୁବାର ଅପରାହ୍ନ ପରେ ପୁଣି ଥରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ତିନି ଦିନ ଧରି ନିଖୋଜ ରହିଥିବା କଂଗ୍ରେସ ବିଧାୟକ ହରଦୀପ ସିଂହ ଡଙ୍ଗ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରାଯାଇ ନ ଥିବାବେଳେ ଆଉ ୭ ବିଧାୟକ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି। ଶୁକ୍ରବାର କିମ୍ବା ଶନିବାର ଭିତରେ ସେମାନେ ଇସ୍ତଫା ଦେଇପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। 

error: Thank You Keep Visiting