କର୍ଣ୍ଣାଟକ; କାର ଧକ୍କାରେ ୧୩ ମୃତ

An Independent Media

କର୍ଣ୍ଣାଟକ:   କର୍ଣ୍ଣାଟକର ତୁମକୁରୁରେ ଦୁଇଟି କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ 13 ଜଣଙ୍କ ମୃତ୍ୟୁ । ଏହି ଭୟଙ୍କର ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗମ୍ଭୀର ରୂପରେ ଆହତ ହୋଇଛନ୍ତି । ଖବର  ଅନୁସାରେ, ଶୁକ୍ରବାର ବଢ଼ି ଭୋରରୁ ତୁମକୁରୁ ନିକଟ କୁନିଗଲରେ ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ଥିଲାଯେ ଗୋଟିଏ କାର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି  । ମୃତକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ସାମିଲ ଅଛନ୍ତି । ପୁଲିସ ମୁତାବକ, ୧୨ଜଣ ଲୋକଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଶିଶୁର ମୃତ୍ୟୁ ଡାକ୍ତରଖାନାରେ ହୋଇଛି। ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରୁ ୧୦ଜଣ ଲୋକ ତାମିଲନାଡୁ ଏବଂ ତିନି ଜଣ କର୍ଣ୍ଣାଟକର ବୋଲି କହାଯାଉଛି। ଦୁର୍ଘଟଣା ମୃତ ସମସ୍ତ ଲୋକ ତୀର୍ଥଯାତ୍ରୀ ଥିଲେ ଯେଉଁମାନେ କର୍ଣ୍ଣାଟକ ସ୍ଥିତ କୌଣସି ଧର୍ମସ୍ଥଳକୁ ଯାଉଥିଲେ। ପୁଲିସ କହିଛିଯେ, ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ଏବଂ ଦୁଇଜଣ ଶିଶୁ ସାମିଲ ଅଛନ୍ତି ।

error: Thank You Keep Visiting