କେମ୍ବ୍ରିଜ ଏନାଲିଟିକା ମାମଲାରେ ଫେସବୁକକୁ ଅର୍ଥଦଣ୍ଡରେ ଦଣ୍ଡିତ

Straight to the Point

ନୂଆଦିଲ୍ଲୀ: କେମ୍ବ୍ରିଜ ଏନାଲିଟିକା ମାମଲାରେ ଫେସବୁକକୁ ପ୍ରଥମ ଥର ପାଇଁ ଅର୍ଥଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିଛି। ୟୁକେ ସରକାରଙ୍କ ପକ୍ଷରୁ କେମ୍ବ୍ରିଜ୍‍ ଏନାଲିଟିକା ମାମଲାର ତଦନ୍ତ ପରେ ଉପୋଭକ୍ତାଙ୍କ ଗୋପନୀୟ ତଥ୍ୟ ପ୍ରଘଟ ମାମଲାରେ ଫେସବୁକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିପାଇଁ ଫେସବୁକକୁ ୫ଲକ୍ଷ ପାଉଣ୍ଡ ଅର୍ଥଦଣ୍ଡରେ ଦଣ୍ଡିତ କରିଛି ୟୁକେ ସରକାର। ବ୍ରିଟେନ ଡାଟା ପ୍ରାଇଭେସି ଆଇନର ଉଲ୍ଲଙ୍ଘନ କରିବା ଅପରାଧରେ ଫେସବୁକକୁ ଏହି ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି। ଫେସବୁକର ୮୭ମିଲିୟନ ଉପଭୋକ୍ତାଙ୍କ ତଥ୍ୟକୁ କେମ୍ବ୍ରିଜ ଏନାଲିଟିକା କମ୍ପାନୀ ଆମେରିକାର ଟ୍ରମ୍ପ ନିର୍ବାଚନ ପ୍ରଚାର ସମୟରେ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଭାରତରେ କଂଗ୍ରେସ ଏହି କମ୍ପାନୀ ନିକଟରୁ ତଥ୍ୟ କିଣି ଥିବା ଅଭିଯୋଗ ବିଜେପି ପକ୍ଷରୁ କରାଯାଇ ଥିଲା। ଏଭଳି ଅଭିଯୋଗ ପରେ କେମ୍ବ୍ରିଜ ଏନାଲିଟିକା କମ୍ପାନୀ ୨୦୧୮ମେରେ ବନ୍ଦ ହୋଇ ଯାଇଥିଲେ ମଧ୍ୟ ବ୍ରିଟେନ ପକ୍ଷରୁ ଫେସବୁକକୁ ଏଥିପାଇଁ ଦାୟୀ କରାଯାଇଛି।

error: Thank You Keep Visiting