ୟେସ ବ୍ୟାଙ୍କର ଜମାକାରୀ ନିଶ୍ଚିତ ରୁହନ୍ତୁ : ଏସବିଆଇ

An Independent Media

ନୂଆଦିଲ୍ଲୀ:  ଘରୋଇ ୟେସ୍ ବ୍ୟାଙ୍କର ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି। ୟେସ୍ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି। ଏସବିଆଇର ଚେୟାରମ୍ୟାନ୍ ରଜନୀଶ କୁମାର ଆଜି ଏହା କହିଛନ୍ତି। ଆରବିଆଇ ଏକ ଡ୍ରାଫ୍ଟ ଜାରି କରିଛି। ଏହି ଡ୍ରାଫ୍ଟ ଜରିଆରେ ଏସବିଆଇ ଆରବିଆଇ ସହ ଯୋଗାଯୋଗ କରି ୟେସ୍ ବ୍ୟାଙ୍କକୁ ଦେବାଳିଆ ସ୍ଥିତିରୁ ଉଦ୍ଧାର କରିବାକୁ କାମ କରୁଛି। ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଶେୟାର ଏସବିଆଇ କିଣିବ। ଏଥିପାଇଁ ଆରବିଆଇ ବୋର୍ଡ ଅନୁମତି ଦେଇଛି ବୋଲି ରଜନୀଶ କୁମାର କହିଛନ୍ତି। ହେଲେ ଏସବିଆଇ ସହିତ ୟେସ୍ ବ୍ୟାଙ୍କ ମିଶ୍ରଣ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। 

error: Thank You Keep Visiting