୩ ରୁ ୪ ଟଙ୍କା ହ୍ରାସ ହୋଇପାରେ ପେଟ୍ରୋଲ ଓ ଡିଜେଲ

An Independent Media

ନୂଆଦିଲ୍ଲୀ :  ଅନ୍ତରାଷ୍ଟ୍ରୀୟ ତୈଳ ବଜାରରେ ଗତ ଶୁକ୍ରବାର ଦିନ ଅଶୋଧିତ ତୈଳ ଦରର ମୁଲ୍ୟ ୧୦ ପ୍ରତିଶତ ହ୍ରାସ ହାଇଛି। ଓପିଇସି ଦେଶ ଦ୍ୱାରା ଉତ୍ପାଦନର ପରିମାଣ କମ ନକରିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ଏହି ହ୍ରାସ ପରିଲକ୍ଷିତ ହୋଇଥିଲା। ଏହାକୁ ନଜରରେ ରଖି ଭାରତରେ ତୈଳ ଦର ୪ ଟଙ୍କା ଯାଏଁ ଶସ୍ତା ହେବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ତେବେ ଚଳିତ ବର୍ଷ ପେଟ୍ରୋଲ ଓ ଡିଜେଲ ୪ଟଙ୍କା ଶସ୍ତା ହୋଇସାରିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର କମ ହେବାରୁ ଏପରି ହୋଇଛି। ବଜାରରେ ଅଶୋଧିତ ତୈଳଦର ହ୍ରାସ ପାଇବା ପରେ ଏହାର ସିଧା ଲାଭ ଘରୋଇ ବଜାରକୁ ମିଳିବ। ୨୦୨୦ରେ ପେଟ୍ରୋଲ ଦାମ ଲିଟର ପିଛା ୪ ଟଙ୍କା ଶସ୍ତା ହୋଇସାରିଛି। ଡିଜେଲ ଦାମ ମଧ୍ୟ ୪.୧୫ ପଇସା ଶସ୍ତା ହୋଇଛି। ଯଦି ଡଲାର ତୁଳନାରେ ଟଙ୍କା ଆହୁରି ମଜବୁତ ହୁଏ ତେବେ ତୈଳ ଦର ୩ରୁ ୪ ଟଙ୍କା ହ୍ରାସ ପାଇବ ବୋଲି ବିଶେଷଜ୍ଞ ଅଜୟ କୋଡିଆ କହିଛନ୍ତି ସୂଚନାଯୋଗ୍ୟ, ଏବେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୪୫.୨୭ ଡଲାର ରହିଛି। ଯାହା ୨୦୧୭  ଜୁନ ପରେ ସବୁଠାରୁ ନ୍ୟୁନତମ ସ୍ତରରେ ପହଁଚିଛି।

error: Thank You Keep Visiting