ମୋଦୀଙ୍କ ଭିତରେ ମୋ ଭଗବାନଙ୍କୁ ଦେଖିଛି: ଦୀପା ଶାହା
ନୂଆଦିଲ୍ଲୀ: ଭାରତୀୟ ଜନୌଷଧି ପରିଯୋଜନା କେନ୍ଦ୍ରରେ ଉପସ୍ଥିତ ଜନତାଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବବିହ୍ବଳ ହୋଇ ପଡ଼ିଥିବା ଜଣା ପଡ଼ିଛି। ଜନୌଷଧି ଦିବସରେ ଯୋଗ ଦେଇ ଦୀପା ଶାହା କହିଥିଲେ, ମୁଁ ପକ୍ଷାଘାତରେ ପୀଡ଼ିତ। ପୂର୍ବରୁ ମୋତେ ୫,୦୦୦ଟଙ୍କାର ଔଷଧ କିଣିବାକୁ ପଡ଼ୁଥିବା ବେଳେ ଏବେ ଭାରତୀୟ ଜନୌଷଧି ପରିଯୋଜନା ପାଇଁ ଏବେ ମୁଁ ୧,୫୦୦ଟଙ୍କା ଦେଇ ଔଷଧ କିଣୁଛି। ବଳି ପଡ଼ୁଥିବା ଟଙ୍କା ମୁଁ ଘର ଚଳାଇବାରେ ଲଗାଇବା ସହ ଫଳ କିଣୁଛି। ତବେ ମୋଦୀଜୀଙ୍କ ପାଇଁ ସେ ଏତେ ଲାଭବାନ ହୋଇଥିବାରୁ ତାଙ୍କୁ ଭଗବାନ ମାନୁଥିବା କହିଥିଲେ ଦୀପା ଶାହା। ମୋଦୀଙ୍କ ଭିତରେ ମୋ ଭଗବାନଙ୍କୁ ଦେଖିଛି। ଏହା କହି ମହିଳାଜଣଙ୍କ କାନ୍ଦିବାକୁ ଲାଗିଥିଲେ। ମହିଳାଙ୍କ ମନରେ ନିଜ ପାଇଁ ଏତେ ସମ୍ମାନ ଓ ଭଲପାଇବା ଦେଖି କିଛି ସମୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭାବବିହ୍ବଳ ହୋଇଯାଇଥିଲେ।