ନିର୍ଭୟା ଦୋଷୀ ମୁକେଶ ସିଂର ଜରୁରୀକାଳୀନ ଶୁଣାଣି ଆବେଦନ ଖାରଜ
ନୂଆଦିଲ୍ଲୀ: ନିର୍ଭୟା ହତ୍ୟା ମାମଲାର ଦୋଷୀ ମୁକେଶ ସିଂ ପକ୍ଷରୁ ସୋମବାର ଜରୁରୀକାଳୀନ ଶୁଣାଣି ଲାଗି କରାଯାଇଥିବା ଆବେଦନକୁ ଆଗ୍ରାହ୍ୟ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଆଜି ମୁକେଶ ସିଂର ଓକିଲ ସର୍ବୋଚ୍ଚ ଅଦାଲତରେ ସୋମବାର ଜରୁରୀକାଳୀନ ଶୁଣାଣି କରିବା ଲାଗି ଆବେଦନ କରିଥିଲେ। ମାତ୍ର କୋର୍ଟ ଏହାକୁ ଖାରଜ କରିବା ସହ ମାର୍ଚ୍ଚ ୧୬ ତାରିଖରେ ଶୁଣାଣି କରାଯିବ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି। ଏହାପୂର୍ବରୁ ମୁକେଶ ସିଂ ରାଷ୍ଟ୍ରପତିଙ୍କ ରାଜକ୍ଷମାର ବିରୋଧରେ ସୁପ୍ରିମକୋର୍ଟରେ କରିଥିବା ଆବେଦନ ଖାରଜ ହୋଇସାରିଛି। ଏହି ଆବେଦନରେ ମୁକେଶ ପକ୍ଷରୁ ଦର୍ଶାଯାଇଥିଲା କି ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ଆବେଦନରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଆବଶ୍ୟକୀୟ ଦସ୍ତାବିଜ୍ ଦିଆଯାଇଥିଲା। ଏହି ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଥିଲେ କି ଏହି ମାମଲାର କୌଣସି ଭିତ୍ତି ନାହିଁ। ଏଥିସହ କହିଥିଲେ କି ଜେଲରେ ନିର୍ଯାତନାର ଶିକାର ହେବାକୁ ଯୁକ୍ତି ଭାବେ ଦର୍ଶାଇ ରାଷ୍ଟ୍ରପତିଙ୍କ ରାଜକ୍ଷମା ଆବେଦନ ଖାରଜକୁ ଚାଲେଞ୍ଜ କରିହେବ ନାହିଁ।