ତାହିର୍ ହୁସେନଙ୍କ ଲାଇସେନ୍ସ ପ୍ରାପ୍ତ ପିସ୍ତଲ ଜବତ

An Independent Media

ନୂଆଦିଲ୍ଲୀ: ବହିଷ୍କୃତ ଆମ୍ ଆଦମୀ ପାର୍ଟି  ନେତା ତଥା ଦିଲ୍ଲୀ ହିଂସାକାଣ୍ଡର ଅଭିଯୁକ୍ତ ତାହିର୍ ହୁସେନଙ୍କ ଲାଇସେନ୍ସ ପ୍ରାପ୍ତ ପିସ୍ତଲକୁ ଶନିବାର ଜବତ କରିଛି ଦିଲ୍ଲୀ ପୁଲିସ। ନିକଟରେ ହୋଇଥିବା ଦିଲ୍ଲୀ ହିଂସାକାଣ଼୍ଡରେ ଏହି ପିସ୍ତଲ ବ୍ୟବହାର କରାଯାଇଛି କି ନାହିଁ ଜାଣିବାକୁ ଏହାକୁ ଫରେନ୍ସିକ୍ ଲ୍ୟାବକୁ ପଠାଇ ଦିଆଯାଇଛି। ଏହାସହ ୨୪ ଲାଇଭ୍ କାର୍ଟିଜ୍ ସମେତ ତାହିରଙ୍କ ମୋବାଇଲକୁ ମଧ୍ୟ ଜବତ କରିଛି ପୁଲିସ୍। ଜବତ କାର୍ଟିଜ ଗୁଡ଼ିକୁ ମଧ୍ୟ ପରୀକ୍ଷଣ ଲାଗି ଫରେନସିକ୍ ଲ୍ୟାବକୁ ପଠାଯାଇଛି।

error: Thank You Keep Visiting