‘ଆପନି ପାର୍ଟି’ ; ଜାମ୍ମୁ-କାଶ୍ମୀରରେ ନୂଆ ରାଜନୈତିକ ଦଳ ଗଢିଲେ ଅଲତାଫ ବୁଖାରି

An Independent Media

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ପୂର୍ବତନ ମନ୍ତ୍ରୀ ଅଲତାଫ ବୁଖାରୀ ରବିବାର ଏକ ନୂଆ ରାଜନୈତିକ ଦଳ ଗଢିଛନ୍ତି। ନୂଆ ଦଳର ନାମ ରଖିଛନ୍ତି ‘ଆପନି ପାର୍ଟି’। ଜାମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ଓ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷିତ ହେବା ପରେ ପ୍ରଥମ କରି ନୂଆ ଦଳ ଗଠନ କରାଯାଇଛି। କଂଗ୍ରେସ, ପିଡିପି ଓ ନ୍ୟାସନାଲ କନଫରେନ୍ସର ୩୧ ଜଣ ପୂର୍ବତନ ମନ୍ତ୍ରୀ, ବିଧାୟକ ଦଳରେ ଯୋଗଦେବାର ସମ୍ଭାବନା ରହିଛି। ନୂଆ ଦଳର ଶୁଭାରମ୍ଭ ଅବସରରେ ବୁଖାରି କହିଛନ୍ତି ଯେ ଦଳ ଉପରେ ଅନେକ ଗୁରୁ ଦାୟିତ୍ବ ରହିଛି । ଏହି ଦାୟିତ୍ବକୁ ଆମେ ଭଲଭାବରେ ତୁଲାଇ ପାରିବୁ ବୋଲି ଆମର ଆଶା। 

error: Thank You Keep Visiting