ପେଣ୍ଟିଙ୍ଗ ରାଜନୀତି; କଂଗ୍ରେସ ରାଣା କପୁର ଲିଙ୍କ ବିବାଦ

An Independent Media

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଏହାର ସହ ପ୍ରତିଷ୍ଠାତା ରାଣା କପୁରଙ୍କୁ ପଚରାଉଚୁରା ଜାରି ରହିଛି | ଏହାରି ମଧ୍ୟରେ ଏକ ପେଣ୍ଟିଙ୍ଗ ରାଜନୈତିକ ଚର୍ଚ୍ଚାକୁ ଇନ୍ଧନ ଯୋଗାଇଛି | ମିଳିଥିବା ସୂଚନା ମୁତାବକ ଏହି ପେଣ୍ଟିଙ୍ଗ ରାଣା କପୁର କଂଗ୍ରେସର  ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପାଖରୁ ୨ କୋଟି ଟଙ୍କାରେ କିଣିଥିଲେ | ଏହି ଦାମୀ ପେଣ୍ଟିଙ୍ଗକୁ ନେଇ ଏବେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ କରୁଛି | ଚର୍ଚ୍ଚା ହେଉଛି ଯେ କଂଗ୍ରେସ ନେତା ମିଳିନ୍ଦ ଦେଵଦା ରାଣା କପୁରଙ୍କୁ ପେଣ୍ଟିଙ୍ଗ କିଣିବା ପାଇଁ ମନାଇଥିଲେ | ଯାହାକୁ ନେଇ ଇଡି ଏହି ଅର୍ଥ କାରବାରକୁ ନେଇ ତଦନ୍ତ ଆରମ୍ଭ କରିଛି |ମାତ୍ର ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ନେତ୍ରୀ ଅମ୍ବିକା ସୋନି କହିଛନ୍ତି ଯେ ପ୍ରସଙ୍ଗ ହଟାଇବାକୁ ଏଭଳି କଥା କୁହାଯାଉଛି | ଯଦି ତଦନ୍ତକାରୀ ଏଜେନ୍ସି ଏବାବଦରେ ଜାଣିଥିଲା ତେବେ ପୂର୍ବରୁ କଣ କରୁଥିଲା?  ୟେସ୍‌ ବ୍ୟାଙ୍କ୍‌ର ପ୍ରତିଷ୍ଠାତା ରାଣା କପୁର ଏବଂ ଅନ୍ୟମାନଙ୍କ ବିରୋଧରେ ଦିଆଯାଇଥିବା ଏଫ୍‌ଆଇଆର୍‌ ଆଧାରରେ ସୋମବାର ଦିନ ସିବିଆଇ ୭ଟି ସ୍ଥାନରେ ଚଢ଼ାଉ କରିଛି 

error: Thank You Keep Visiting