ଆମେରିକାରେ ଆତଙ୍କ ଖେଳାଇଛି କିଲର କରୋନା : ଏଯାବତ ୨୧ମୃତ, ୫୫୦ ଆକ୍ରାନ୍ତ
ଓ୍ୱାଶିଂଟନ: ଆମେରିକାରେ ୨୧ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି। କିଲର୍ କରୋନା ଭାଇରସରେ ଆମେରିକାରେ ଏଯାବତ ୨୧ ଜଣଙ୍କର ଜୀବନ ନେଲାଣି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୫୫୦ ରହିଥିବା ସୂଚନା ରହିଛି। ଗ୍ରେଡ ପ୍ରିନସେସ କ୍ରୁଜ ଜାହାଜରେ କରୋନା ଆକ୍ରାନ୍ତ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ରବିବାର ଏ ନେଇ କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗୌବିନ୍ ନ୍ୟୁସମ୍ କହିଛନ୍ତି। ସୋମବାର ଏହି ଜାହାଜ ଓକଲାଣ୍ଡରେ ପହଞ୍ଚିବ ବୋଲି ସେ କହିଛନ୍ତି। ଏହି ଜାହାଜରେ ୧୯ ଜଣ କ୍ର୍ୟୁ ସଦସ୍ୟ ରହିଛନ୍ତି। ଜାହାଜରେ ୩୫୦୦ ଜଣ ଯାତ୍ରୀଥିଲେ। ସମସ୍ତଙ୍କର କରୋନା ଟେଷ୍ଟ ହୋଇଥିଲା। ହେଲେ କେହି କରୋନାରେ ସଂକ୍ରମିତ ହୋଇନଥିବା ଜଣାପଡ଼ିଛି। ଏଥିମଧ୍ୟରୁ ୧୮ ଜଣ ଓ୍ୱାଶିଂଟନର, ଜଣେ ଫ୍ଲୋରିଡା ଏବଂ କାଲିଫୋର୍ଣ୍ଣିଆର। ସାରା ବିଶ୍ୱରେ କିଲର କରୋନା ଭାଇରସରେ ୩୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।