ମଧ୍ୟପ୍ରଦେଶରେ ରାଜନୈତିକ ଉଷ୍ଣତା ଜାରି : ୧୭ ବିଧାୟକ କର୍ଣ୍ଟାଟକର ଏକ ହୋଟେଲରେ ବନ୍ଦୀ

An Independent Media

ଭୋପାଲ: ମଧ୍ୟପ୍ରଦେଶ ରାଜନୀତିରେ  ସପ୍ତାହେ ହେବ ଚାଲିଛି କ୍ଷମତା ଯୁଧ୍ୟ ।  ପରିସ୍ଥିତି ଠିକ୍ ଅଛି ବୋଲି ମୁଖ୍ୟମନ୍ତ୍ରୀ କମଲନାଥ କହୁଥିଲେ ମଧ୍ୟ  ଦଳର ୧୭ ବିଧାୟକ କର୍ଣ୍ଟାଟକର ଏକ ହୋଟେଲକୁ ଯାଇଛନ୍ତି। ଯେଉଁଥିରେ ୭ ଜଣ ମନ୍ତ୍ରୀ ମଧ୍ୟ ରହିଛନ୍ତି। ଏହାବାଦ୍ ଯେଉଁ ୧୦ ବିଧାୟକ ଯାଇଛନ୍ତି ସେମାନେ କିଏ ତାହା ଜଣାପଡ଼ିନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ସମସ୍ତ ବିଧାୟକ ଜ୍ୟେତିର୍ଦାତ୍ୟ ସିନ୍ଧିଆ ଟିମର ।  ରାଜ୍ୟରେ କମଲନାଥ ଓ ଜ୍ୟୋତିର୍ଦାତ୍ୟ ସିନ୍ଧିଆଙ୍କ ମଧ୍ୟରେ କିଛି ଠିକ୍ ଠାକ୍ ନାହିଁ ବୋଲି ଅନେକ ପ୍ରସଙ୍ଗରୁ ଜଣା ପଡିଛି । ଅନେକ ପ୍ରସଙ୍ଗରେ ଦଳୀୟ ସରକାର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ ସିନ୍ଧିଆ କମଲନାଥ ସରକାରଙ୍କୁ ଅଡ଼ୁଆରେ ପକାଇ ଆସୁଛନ୍ତି। ସୂଚନାନୁସାରେ, କର୍ଣ୍ଣାଟକର ବିଜେପି ବିଧାୟକମାନେ ମଧ୍ୟପ୍ରଦେଶର ୧୦ ଜଣ ମନ୍ତ୍ରୀ ଓ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଏହି ବିଧାୟକମାନଙ୍କୁ ବେଙ୍ଗାଲୁରୁ ଉପକଣ୍ଠରେ ଥିବା ଏକ ରିସୋର୍ଟରେ ରଖାଯାଇଛି।

error: Thank You Keep Visiting