ଡବ୍ଲୁ.ଏଚ.ଓ ଦ୍ଵାରା ବିଶ୍ବମହାମାରୀ ଘୋଷିତ ହେଲା କରୋନା

An Independent Media

ନୂଆଦିଲ୍ଲୀ: କରୋନାକୁ ବୁଧବାର ବିଶ୍ବ ସ୍ବାସ୍ଥ୍ୟ ସଂଙ୍ଗଠନ (ଡବ୍ଲୁ.ଏଚ.ଓ) ବିଶ୍ବ ମହାମାରୀ ଘୋଷଣା କରିଛି। କରୋନାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ବଡ ନିଷ୍ପତ୍ତି ନିଆଯାଇଛି । ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ ଭିସା ରଦ୍ଦ କରିବାସହ ଏପ୍ରିଲ ୧୫ ପର୍ଯ୍ୟନ୍ତ ଭାରତକୁ ଭିସା ରଦ୍ଦ କରିଛନ୍ତି ଭାରତ ସରକାର। କେବଳ ରଜନୈତିକ ବ୍ୟକ୍ତି ଓ ଜାତିସଂଙ୍ଘ କର୍ମଚାରୀଙ୍କୁ ଛାଡି ଅନ୍ୟମାନଙ୍କ ଭିସା ରଦ୍ଦ କରାଯାଇଛି।
କରୋନା ଭାଇରସ୍‌ ଏବେ ୧୧୫ରୁ ଅଧିକ ରାଷ୍ଟ୍ରରେ ଏହାର କାୟା ବିସ୍ତାର କରିଛି। ବିଶ୍ବବ୍ୟାପୀ ୧୨୦,୫୭୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। କରୋନା ଯୋଗୁଁ ମୃତ୍ୟୁସଂଖ୍ୟା ୪,୩୦୦ ଟପିଛି। ୟୁରୋପ୍‌ ଏବଂ ଆମେରିକାରେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ଆଜି କରୋନା ଭାରଇସ ସଙ୍କଟକୁ ମହାମାରୀ ଭାବେ ଘୋଷଣା କରାଯିବା ପରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଆତଙ୍କ ଖେଳିଯାଇଛି। ଇଟାଲିରେ ୧୦,୦୦୦ରୁ ଅଧିକ ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଛି। ୬୩୧ ଜଣଙ୍କର ଭାଇରସ୍‌ ଯୋଗୁଁ ମୃତ୍ୟୁ ହୋଇଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ଇଟାଲିରେ ୧୬୮ ଜଣଙ୍କ ମୃତ୍ୟୁ ହୋଇଛି। ଫେବ୍ରୁଆରି ୨୧ ତାରିଖରେ ଇଟାଲିରେ ପ୍ରଥମ କରୋନା ଭାଇରସ୍‌ ମାମଲା ସ୍ପଷ୍ଟ ହେବା ଦିନଠାରୁ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ‌ଇଟାଲି ପ୍ରଥମ ରାଷ୍ଟ୍ରଭାବେ ସଂପୂର୍ଣ୍ଣ ବନ୍ଦ ଘୋଷଣା କରିଛି। ଦେଶର ୬ କୋଟି ଲୋକ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ଆମେରିକାରେ ବି ୧୦୦୦ରୁ ଅଧିକ ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। କରୋନା ଯୋଗୁଁ ଆମେରିକାରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। କେବଳ ୱାସିଂଟନ୍‌ରେ ୨୭୩ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ଏଠାରେ ୨୪ ଜଣଙ୍କର ମୃ୍ତ୍ୟୁ ହୋଇଛି।
ଇରାନ୍‌ରେ କରୋନା ଯୋଗୁଁ ୩୫୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯,୦୦୦ରୁ ଅଧିକ ଭାଇରସ୍‌ ଆକ୍ରାନ୍ତ ହୋଇଛିନ୍ତି। ସେହିପରି ଦକ୍ଷିଣ କୋରିଆରେ ୬୧ ଜଣଙ୍କର କରୋନା ଭାଇରସ୍‌ରେ ମୃତ୍ୟୁ ‌ହୋଇଛି ଏବଂ ୭,୭୭୫ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ବ୍ରିଟେନ୍‌ରେ ୩୮୩ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବେଳେ ଏଠାରେ ୬ ଜଣଙ୍କର କରୋନା ଭାଇରସ୍‌ ଯୋଗୁଁ ମୃତ୍ୟୁ ହୋଇଛି। ସବୁଠୁ ଚିନ୍ତାଜନକ ହେଉଛି ବ୍ରିଟେନ୍‌ ସ୍ବାସ୍ଥ୍ୟମନ୍ତ୍ରୀ ଏନ୍‌. ଡୋରିଜ୍‌ ମଧ୍ୟ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସେ ନିଜ ବାସଭବନରେ ଆଇସୋଲେସନ୍‌ରେ ଅଛନ୍ତି। 

error: Thank You Keep Visiting