ସିନ୍ଧିଆଙ୍କ ଯୋଗଦାନ ବିଜେପିର ସଂକଳ୍ପକୁ ଆହୁରି ମଜବୁତ କରିବ: ଅମିତ ଶାହା
ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଇଛନ୍ତି। ଏଥିପାଇଁ ମଧ୍ୟପ୍ରଦେଶରୁ ଧରି ଦିଲ୍ଲୀ ପର୍ଯ୍ୟନ୍ତ ବିଜେପିର ସବୁ ନେତା ବେଶ ଖୁସି ଅଛନ୍ତି। ଦଳର ସମସ୍ତ ନେତା ତାଙ୍କୁ ସ୍ୱାଗତ କରିଛନ୍ତି। ବିଜେପିରେ ଯୋଗ ଦେବା ପରେ ଜ୍ୟୋତିରାଦିତ୍ୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ। ଆଉ ଏହି ଭେଟଘାଟର ଏକ ଫଟୋକୁ ଶ୍ରୀ ଶାହ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର୍ କରିଛନ୍ତି।ଏହି ଫଟୋକୁ ପୋଷ୍ଟ କରି ସେ ଲେଖିଛନ୍ତି, ମୁଁ ନିଶ୍ଚିତ ଯେ ସିନ୍ଧିଆଙ୍କ ଯୋଗଦାନ ମଧ୍ୟପ୍ରଦେଶବାସୀଙ୍କ ସେବା କରିବା ପାଇଁ ବିଜେପିର ସଂକଳ୍ପକୁ ଆହୁରି ମଜବୁତ କରିବ।