ଲୋକେ ଭୁଲ ବଶତଃ ଏକ କୁକୁରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ !
ସ୍ପେନ: ଏକ ସହରେ ହଠାତ ଲୋକେ ଘର ବାହାରେ ସିଂହ ବୁଲୁଥିବାର ଦେଖିଲେ। ଏହାପରେ ଭୟଭୀତ ହେଇ ଲୋକେ ତୁରନ୍ତ ସହାୟତା କେନ୍ଦ୍ର ଓ ପୁଲିସକୁ ଫୋନ ଯୋଗେ ସମ୍ପୃକ୍ତ ଘଟଣା ବିଷୟରେ ଜଣାଇଲେ। ମାତ୍ର ପୁଲିସ ଓ ସହାୟତା କେନ୍ଦ୍ରର କର୍ମଚାରୀ ପହଞ୍ଚିବା ପରେ ଘଟଣାର ଏକ ଭିନ୍ନ ମୋଡ଼ ଓ ଆଶ୍ଚର୍ଯ୍ୟ କରିଦେବା ଭଳି ସତ ଦେଖିବାକୁ ପାଇଲେ। ଏଭଳି ଏକ ଘଟଣା ସ୍ପେନର ମୋଲିନା ଡ଼େ ସେଗୁରା ନାମକ ଏକ ସହରର। ସୂଚନା ଯୋଗ୍ୟ, ପୁଲିସ ଉକ୍ତ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣତଥ୍ୟ ଟୁଇଟ କରି ଜଣାଇଛନ୍ତି । ଯେଉଁ ସମୟରେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ, ସେମାନେ ଜାଣିବାକୁ ପାଇଥିଲେ ଯେ ଲୋକେ ଭୁଲ ବଶତଃ ଏକ କୁକୁରକୁ ସିଂହ ବୋଲି ଭାବି ଦେଇଥିଲେ। ଯେଉଁ ସମୟରେ ସ୍ଥାନୀୟଲୋକେ ଉକ୍ତ ଘଟଣା ବିଷୟରେ ସତ ଜାଣିଲେ, ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ପୁଲିସ ଓ ସହାୟତା କେନ୍ଦ୍ରର କର୍ମଚାରୀ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଲୋକେ ଦେଖିଥିବା ସିଂହକୁ ନିଜ ଅଧୀନରେ କରି ନେଇଥିଲେ। ଏହାପରେ ଭଲ ଭାବେ ଦେଖାଯିବା ପରେ ଜଣାପଡ଼ିଥିଲା, ତାହା ଏକ ପୋଷା କୁକୁର। ସିଂହ ଭଳି ଦେଖାଯାଉଥିବା ଏହି କୁକୁରଟିର ବେକପାଖର କେଶକୁ ସିଂହ ଭଳି ଓ ଶରୀରର ଲୋମକୁ ମଧ୍ୟ ସିଂହ ଭଳି କଟାଯାଇଥିଲା। ଯାଦ୍ୱାରା ଲୋକେ ଭୁଲ ବଶତଃ କୁକୁରକୁ ସିଂହ ଭାବିଥିଲେ। ଉକ୍ତ କୁକୁରଟିକୁ ଉଦ୍ଧାର କରିବା ପରେ ତା’ ମାଲିକୁ ଫେରାଇ ଦିଆଯାଇଥିଲା ବୋଲି ଜଣାପଡ଼ିଛି।