ଖୁବଶୀଘ୍ର ସିନ୍ଧିଆ ତାଙ୍କ ନିଷ୍ପତ୍ତିକୁ ନେଇ ଅନୁତାପ କରିବେ: ରାହୁଲ ଗାନ୍ଧୀ

An Independent Media

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ି ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଇଥିବାରୁ  ଖୁବଶୀଘ୍ର ସେ ନିଜ ନିଷ୍ପତ୍ତିକୁ ନେଇ ଅନୁତାପ କରିବେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଏହା କହିଛନ୍ତି। ବିଜେପିରେ ସିନ୍ଧିଆଙ୍କୁ ସମ୍ମାନ ମିଳିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ସିନ୍ଧିଆ ହେଉଛନ୍ତି ରାହୁଲ ଗାନ୍ଧୀଙ୍କ ବନ୍ଧୁ। କଲେଜରେ ଉଭୟ ସାଙ୍ଗ ହୋଇ ପଢ଼ୁଥିଲେ। ତେଣୁ ଉଭୟ ପରସ୍ପରକୁ ଭଲ ଭାବରେ ଜାଣିଛନ୍ତି। ରାହୁଲ ଗଣମାଧ୍ୟମକୁ କହିଛନ୍ତି, ‘ସିନ୍ଧିଆ ରାଜନୀତିକ ଭବିଷ୍ୟତକୁ ଆଖି ଆଗରେ ରଖି ବିଚାରଧାରାକୁ ଭୁଲିଯାଇଛନ୍ତି। ଗୋଟିଏ ପଟେ କଂଗ୍ରେସ ଅନ୍ୟପଟେ ବିଜେପି-ଆରଏସଏଏସ ରହିଛି। ମୁଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କଲେଜରେ ପାଠ ପଢ଼ିଲା ବେଳୁ ଜାଣିଛି। ଖୁବଶୀଘ୍ର ସିନ୍ଧିଆ ତାଙ୍କ ନିଷ୍ପତ୍ତିକୁ ନେଇ ଅନୁତାପ କରିବେ। ନିଜ ରାଜନୀତିକ ଭବିଷ୍ୟତକୁ ନେଇ ସେ ଚିନ୍ତିତ ଥିଲେ। ତେଣୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ସିନ୍ଧିଆ ଯାହା ଭାବୁଛନ୍ତି ତାହା ମୁହଁରେ କହୁନାହାନ୍ତି। ସେଠାରେ ତାଙ୍କୁ ଉଚିତ ସମ୍ମାନ ମିଳିବ ନାହିଁ।’

error: Thank You Keep Visiting