କରୋନା ସମ୍ପର୍କିତ ଆଲୋଚନା ପାଇଁ ସାର୍କ ସଦସ୍ୟ ଦେଶ ମାନଙ୍କୁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

An Independent Media

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାର୍କ ଦେଶର ନେତାଙ୍କୁ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଆହ୍ୱାନ କରିଛନ୍ତି।  ପ୍ରଧାନମନ୍ତ୍ରୀ ମୋଦୀ ଏବେ କରୋନା ପ୍ରସଙ୍ଗରେ ତର୍କ ପାଇଁ ଆହ୍ୱାନ କରି ଏକ ନୂଆବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ସବୁଠୁ ବଡ଼ କଥା ହେଲା ଯେଉଁ ସାର୍କ ଦେଶଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି ସେହି ଦେଶ ମଧ୍ୟରେ ପାକିସ୍ତାନ ରହିଛି। ଏହା ବ୍ୟତୀତ ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ଶ୍ରୀଲଙ୍କା ଏବଂ ନେପାଳ ରହିଛି। ଏହି ସମସ୍ତ ଦେଶର ମୁଖିଆଙ୍କୁ ଭିଡିଓ କନଫେରନସିଂ ଜରିଆରେ ଏକଜୁଟ ହୋଇ ଆଲୋଚନା କରିବାକୁ ସେ ଆହ୍ୱାନ କରିଛନ୍ତି। କରୋନା ପ୍ରସଙ୍ଗରେ ସାର୍କ ଦେଶ ଗୁଡ଼ିକ ଏକଜୁଟ ହୋଇ ବିଶ୍ୱକୁ ନୂଆ ବାର୍ତ୍ତା ଦେଇପାରିବା ବୋଲି ମୋଦୀ ଟୁଇଟ୍ କରି କହିଛନ୍ତି।

error: Thank You Keep Visiting