ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

An Independent Media

ଭୋପାଳ: ମଧ୍ୟପ୍ରଦେଶରେ ଦୁଇଟି ରାଜ୍ୟସଭା ଆସନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ବିରୋଧୀ ଦଳର ନେତା ନରୋତ୍ତମ ମିଶ୍ର ଓ ଅନ୍ୟାନ୍ୟ ବିଜେପି ନେତା ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପ୍ରଫେସର ସୁମେର ସିଂହ ସୋଲାଙ୍କୀ। ବିଧାନସଭାକୁ ଯାଇ ଏହି ଦୁଇ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜ୍ୟରେ ତିନୋଟି ଆସନ ପାଇଁ ନିର୍ବାଚନ ହେବ। ମାର୍ଚ୍ଚ ୨୬ରେ ଭୋଟ୍ ପଡ଼ିବ

କଂଗ୍ରେସ ମଧ୍ୟ ତିନୋଟି ଆସନରୁ ଦୁଇଟି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛି। କଂଗ୍ରେସ ଗୋଟିଏ ଆସନ ପାଇଁ ସାଂସଦ ଦିଗବିଜୟ ସିଂହଙ୍କୁ ଟିକେଟ୍ ଦେଇଛି। ଅନ୍ୟ ଆସନ ପାଇଁ କଂଗ୍ରେସକୁ ଫୁଲ ସିଂହ ପ୍ରାର୍ଥୀ କରିଛି।

error: Thank You Keep Visiting