ନିର୍ଭୟା କାଣ୍ଡ: ଫାଶୀ ଘୁଞ୍ଚାଇବା ପାଇଁ ଆଜି ବିନୟ ଶର୍ମା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି

An Independent Media

ନୂଆଦିଲ୍ଲୀ: ନିର୍ଭୟା କାଣ୍ଡର ଦୋଷୀ ମାନଙ୍କୁ ଆସନ୍ତା ୨୦ ତାରିଖରେ ଫାଶୀ  ଖୁଣ୍ଟରେ ଝୁଲାଇବା ପାଇଁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ହେଲେ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ପୁଣିଥରେ ନୂଆ କୌଶଳ ଅବଲମ୍ବନ କରିଛନ୍ତି ଓକିଲ ଏ ପି ସିଂ ।   ଫାଶୀ ଘୁଞ୍ଚାଇବା ପାଇଁ ୪ ଦୋଷୀଙ୍କ ମଧ୍ୟରୁ  ଆଜି ବିନୟ ଶର୍ମା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ବିନୟର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ହେଲେ ଖାରଜ କରିବା ପୂର୍ବରୁ ସାମ୍ବିଧାନିକ ନିୟମକୁ ଅଣଦେଖା କରାଯାଇଥିବା ସେ ତା’ର ଆବେଦନରେ ଦର୍ଶାଇଛି। ବିନୟର ରାଜକ୍ଷମା ଆବେଦନକୁ ଖାରଜ କରିବା ପାଇଁ ଦିଲ୍ଲୀ ସରକାର ରାଷ୍ଟ୍ରପତିଙ୍କ ନିକଟକୁ ପ୍ରସ୍ତାବ ପଠାଇଥିଲେ। ଏହାପରେ ହିଁ ରାଷ୍ଟ୍ରପତି ଏହାକୁ ଖାରଜ କରିଛନ୍ତି।ହେଲେ ଉକ୍ତ ରାଜକ୍ଷମା ଆବେଦନକୁ ଖାରଜ କରିବା ପାଇଁ ଦିଲ୍ଲୀ ସରକାର ଦେଇଥିବା ପ୍ରସ୍ତାବରେ ଦିଲ୍ଲୀ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଦସ୍ତଖତ ନଥିଲା। ତେଣୁ ବିନୟ କ୍ଷେତ୍ରରେ ପ୍ରଚଳିତ ନିୟମକୁ ଅଣଦେଖା କରାଯାଇଥିଲା ବୋଲି ଆବେଦନରେ ଦର୍ଶାଯାଇଛି।ଏହି ମାମଲାର ଶୁଣାଣି ପାଇଁ ଏପି ସିଂହ ହାଇକୋର୍ଟ ରେଜେଷ୍ଟ୍ରୀଙ୍କ ନିକଟରେ ଅପିଲ କରିଛନ୍ତି।

error: Thank You Keep Visiting