ଉହାନର ଏକ ହସ୍ପିଟାଲରେ ରୋଗୀ ସରିଯିବାରୁ ଥକା ମାରୁଛନ୍ତି ଡାକ୍ତର
ବେଜିଂ: ଚାଇନାର ଉହାନ ସହରରେ କରୋନା ଭାଇରସ ପ୍ରଥମେ ଏହାର
କାୟା ବିସ୍ତାର କରିବା ଆରମ୍ଭ କରିଥିଲା । ଫଳରେ ଏଠାକାର ହସ୍ପିଟାଲ ମାନଙ୍କରେ ରୋଗୀଙ୍କ ଲମ୍ବାଲାଇନ ସବୁ ବେଳେ ଲାଗି ରହେ । ଏମିତିକି ପରିସ୍ଥିତି ଅଣାୟତ ହେବାରୁ କେତେକ ସିନେମା ହଲ୍, ଷ୍ଟାଡିମୟ, ମଲ୍ ଆଦିକୁ ହସ୍ପିଟାଲରେ ପରିଣତ କରାଯାଇ ରୋଗୀଙ୍କର ଚିକିତ୍ସା କରାଯାଇଥିଲା। ଏହାରି ଭିତରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମଧ୍ୟ କରୋନା କବଳରୁ ମୁକ୍ତି ପାଇପାରିଲେ ନାହିଁ। ଏବେ ଉହାନ ସହରରୁ ଆସିଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରୁ ଜଣାପଡିଛି କି ଉହାନ ସହରର ଏକ ହସ୍ପିଟାଲରୁ କରୋନା ସଂକ୍ରମିତ ଶେଷ ରୋଗୀ ଡିସ୍ଚାର୍ଜ ହେବା ପରେ ସେଠାକାର ଜଣେ ଡାକ୍ତର କେମିତି ହସ୍ପିଟାଲ ବେଡ୍ ଉପରେ ଥକା ମେଣ୍ଟାଉଛନ୍ତି। କୁହାଯାଉଛି କି ଚାଇନାରେ କରୋନା ଭାଇରସ ସଂକ୍ରମଣ ବଢୁଥିବା ବେଳେ ଏଠାକାର ଡାକ୍ତର ଦିନରାତି ଏକ କରି ରୋଗୀଙ୍କର ଚିକିତ୍ସା କରୁଥିଲେ।