ବାଚସ୍ପତିଙ୍କ ଦ୍ବାରା ଧାର୍ଯ୍ୟ ତାରିଖରେ ବହୁମତ ପରୀକ୍ଷଣ କରାଯିବ: କମଲନାଥ

An Independent Media

ଭୋପାଳ: ମଧ୍ୟପ୍ରଦେଶରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ କମଲନାଥ ଶୁକ୍ରବାର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟିଛନ୍ତି। ସେ ରାଜ୍ୟପାଳଙ୍କୁ ଏକ ଚିଠି ପ୍ରଦାନ କରି ବିଜେପି ବିରୋଧରେ ତାଙ୍କ ବିଧାୟକଙ୍କୁ ପଥଭ୍ରଷ୍ଟ କରିଥିବାର  ଅଭିଯୋଗ ଆଣିଛନ୍ତି। ଏହା ସହିତ ସେ ଆଗାମୀ ବିଧାନସଭା ଅଧିବେଶନରେ ବହୁମତ ପରୀକ୍ଷଣ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। କମଲନାଥ ଚିଠିରେ ଦର୍ଶାଇଛନ୍ତି ଯେ, ଆଗାମୀ ଅଧିବେଶନରେ ବଜେଟ ପରେ ବାଚସ୍ପତିଙ୍କ ଦ୍ବାରା ଧାର୍ଯ୍ୟ ତାରିଖରେ ବହୁମତ ପରୀକ୍ଷଣ କରାଯିବ। କିନ୍ତୁ ଏହା ସେତେବେଳେ ସମ୍ଭବ ହେବ, ଯେତେବେଳେ ବନ୍ଧକ ରଖାଯାଇଥିବା ୨୨ ବିଧାୟକଙ୍କୁ ମୁକୁଳାଯିବ। ଅନ୍ୟପଟେ ବିଧାନସଭା ଅଧ୍ୟକ୍ଷ ଏନ.ପି, ପ୍ରଜାପତି ସମସ୍ତ ବିଧାୟକଙ୍କୁ ଶୁକ୍ରବାର ତାଙ୍କ ସାମ୍ନାରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ସେମାନେ ନିଜେ ଇସ୍ତଫା ଦେଇଛନ୍ତି ନ  ଏହା ପଛରେ ଅନ୍ୟ କାହାର ଚାପ ରହିଛି ବୋଲି ବିଧାୟକମାନେ ହାଜର ହୋଇ ସ୍ପଷ୍ଟ କରିବାକୁ ଅଧ୍ୟକ୍ଷ କହିଛନ୍ତି ବୋଲି ଗଣମାଧ୍ୟମ ସୁତ୍ରରୁ ପ୍ରକାଶ । 

error: Thank You Keep Visiting