ଦିଲ୍ଲୀ : ନିଗମବୋଧ ଘାଟରେ କରୋନା ମୃତକଙ୍କ ସତ୍କାର ପାଇଁ ମିଳିଲାନି ଅନୁମତି
ନୂଆଦିଲ୍ଲୀ : ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହିଳା ଚିକିତ୍ସା ସମୟରେ ପ୍ରାଣ ହରାଇଛନ୍ତି। ଶନିବାର ଦିନ ତାଙ୍କୁ ନିଗମବୋଧ ଘାଟରେ ଶବଦାହ କରିବାକୁ ବାରଣ କରାଯାଇଥିବା ସୂଚନା ମିଳିଛି। ଏହାକୁ ନେଇ ମୃତକଙ୍କ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ରାତି ୮ଟାରେ ଆରଏମଏଲ ହସ୍ପିଟାଲରେ କରୋନା ସଂକ୍ରମିତ ମହିଳା ଭର୍ତ୍ତି ହୋଇଥିଲେ। ଦିଲ୍ଲୀର କରୋନା ଆକ୍ରାନ୍ତରେ ପ୍ରଥମ ମୃତ୍ୟୁ ପରେ ଡାକ୍ତରଖାନାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।