ପାର୍ଟି କରିବା ପରେ ୧୧ ଜଣ ସାଙ୍ଗ କରୋନାର ଶିକାର ହେଲେ

An Independent Media

ବ୍ୟାଙ୍କକ୍ : ଏକସଙ୍ଗେ ପାର୍ଟି କରିବା ପରେ ୧୧ ଜଣ ସାଙ୍ଗ କରୋନାର ଶିକାର ହୋଇଛନ୍ତି | ଘଟଣା ଘଟିଛି ଥାଇଲାଣ୍ଡରେ | ବ୍ୟାଙ୍କକ ପୋଷ୍ଟ ରେ କୁହାଯାଇଛି , ସାର୍ବଜନିକ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିବାନୁଯାୟୀ, ସମସ୍ତ ୧୧ଜଣ ସାଙ୍ଗ ଥାଇଲାଣ୍ଡର ନାଗରିକ | ଏକାସଙ୍ଗେ ପାର୍ଟି କରିବା ପରେ ୧୧ଜଣ ସାଙ୍ଗ କରୋନା ଭାଇରସରେ ସଂକ୍ରମଣ ହୋଇଛନ୍ତି | ୧୧ ଜଣଙ୍କ ବୟସ ୨୫ ରୁ ୩୮ ବର୍ଷ ବୟସ ମଧ୍ୟରେ ରହିଛି | ଥାଇଲାଣ୍ଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ହୋଇ ସାରିଲାଣି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିବାନୁଯାୟୀ, ୧୫ ଜଣ ମିଶି ପାର୍ଟି କରିଥିଲେ | ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିବାବେଳେ ୪ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି | ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଜର ପ୍ରତିକ୍ରିୟା ରଖିଛନ୍ତି | ଭାଇରସ ସଂକ୍ରମିତ ଦେଶରୁ ଫେରିବା ପରେ ମଦ, ସିଗାରେଟ ସେୟାର କରିବା ଏବଂ ସୋସିଆଲ ଆକ୍ଟିଭିଟିଜରେ ଲିପ୍ତ ହେବା ଅନୁଚିତ ବୋଲି ସେ କହିଛନ୍ତି | ଥାଇଲାଣ୍ଡରେ କରୋନାରେ ପୀଡିତ ୩୪ ରୋଗୀଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି | ଜଣେ ରୋଗୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି |

error: Thank You Keep Visiting