ଡାକ୍ତରଖାନାରୁ ଚମ୍ପଟ ମାରିଲେ ୫ କରୋନା ସଂକ୍ରମିତ
ନାଗପୁର: ମହାରାଷ୍ଟ୍ରର ନାଗପୁର ଇନ୍ଦିରାଗାନ୍ଧୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ କରୋନା ଆକ୍ରାନ୍ତ ୫ ଜଣ ରୋଗୀ ଲୁଚି ପଳାଇଛନ୍ତି। ଡାକ୍ତରଖାନାରୁ ୫ ଜଣ କରୋନା ଆକ୍ରାନ୍ତ ଭୟରେ ଡାକ୍ତରଖାନା ଛାଡ଼ି ପଳାଇଛନ୍ତି ବୋଲି ଅନୁମାନ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଏହି ଘଟଣା ପରେ ସାରା ସହରରେ ହାଇ ଆଲର୍ଟ ଜାରି କରାଯାଇଛି। ରୋଗୀଙ୍କୁ ଖୋଜିବା ପାଇଁ ଛାନଭିନ୍ ଚାଲିଛି। ଏହି ଖବର ଦେଇ ଜୋନାଲ ଡିସିପି ରାହୁଲ ମକନିକଟର କହିଛନ୍ତି, ପୋଲିସ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ପୁରା ସହରରେ ହାଇଆଲର୍ଟ ଜାରି କରାଯାଇଛି। ରୋଗୀଙ୍କ ବାବଦରେ କୌଣସି ଖୋଜ୍ ଖବର ମିଳିନାହିଁ। ଏହି ପାଞ୍ଚ ଆକ୍ରାନ୍ତଙ୍କୁ ମିଶାଇ ମହାରାଷ୍ଟ୍ରରେ କରୋନାରେ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସାରା ବିଶ୍ୱରେ ୫୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି। ଏପରିକି ଭାରତରେ ମଧ୍ୟ ୨ ଜଣଙ୍କର ମୃତ୍ୟୁ ଘଟିଛି।