ସଂସଦରେ ବିଧିବଦ୍ଧ ଭାବେ ଥର୍ମାଲ ସ୍କ୍ରିନିଂ ଆରମ୍ଭ

An Independent Media

ନୂଆଦିଲ୍ଲୀ: କରୋନା ଭାଇସର ପାଇଁ ଏୟାରପୋର୍ଟ ଭଳି ଆଜି ସଂସଦର ପ୍ରବେଶ ପଥରେ ସଚେନତା ଓ ସ୍କ୍ରିନିଂ ଆରମ୍ଭ ହୋଇଛି। ପୂର୍ବରୁ ସଂସଦ ମଧ୍ୟକୁ  ପ୍ରବେଶ ପାଇଁ କଟକଣା ଜାରି ହୋଇଥିଲା। ହେଲେ ଆଜି ଠାରୁ ବିଧିବଦ୍ଧ ଭାବେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି। ସଂସଦ ମଧ୍ୟକୁ ପ୍ରବେଶ କରୁଥିବା ସୁରକ୍ଷାକର୍ମୀଙ୍କ ଠାରୁ ଆରମ୍ଭ କରି ସାଂସଦ ଓ ସାମ୍ବାଦିକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି।ସେହିପରି ପରିଦର୍ଶକମାନଙ୍କୁ ମଧ୍ୟ ସ୍କ୍ରିନିଂ କରାଯିବା ପରେ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳୁଛି। ସ୍କ୍ରିନିଂ ବେଳେ ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ଆଜି ଗୃହ ମଧ୍ୟରେ କିଛି ସାଂସଦ ମୁହଁରେ ମାସ୍କ ଲଗାଇଥିବା ବି ଦେଖିବାକୁ ମିଳିଛି।

error: Thank You Keep Visiting