କରୋନା ଯୋଗୁଁ ମଧ୍ୟପ୍ରଦେଶରେ ବହୁମତ ପରୀକ୍ଷଣ ସ୍ଥଗିତ
ଭୋପାଲ: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ କମଲନାଥ ସରକାରଙ୍କୁ ସାମାନ୍ୟ ଅଶ୍ଵସ୍ତି ମିଳିଛି। ସୋମବାର ସରକାରଙ୍କୁ ବହୁମତ ପରୀକ୍ଷା ଦେବା ଲାଗି ବାଚସ୍ପତି ନିର୍ଦେଶ ଦେଇପାରନ୍ତି ବୋଲି ଆଶଙ୍କା କରାଯାଉଥିବାବେଳେ ବିଧାନସଭାକୁ ଆସନ୍ତା ୨୬ ତାରିଖ ଯାଏ ସ୍ଥଗିତ କରିଦିଆଯାଇଛି। ଫଳରେ ସୋମବାର ଫ୍ଲୋର ଟେଷ୍ଟ ହୋଇନାହିଁ। ରାଜ୍ୟପାଳ ଲାଲଜୀ ଟଣ୍ଡନ ଆଜି କମଲନାଥ ସରକାରଙ୍କୁ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ କରୋନା ଭାଇରସ ଭୟ ଯୋଗୁ ବାଚସ୍ପତି ଗୃହକୁ ୨୬ ତାରିଖ ଯାଏ ମୁଲତବୀ ଘୋଷଣା କରିଛନ୍ତି। ଫଳରେ ୧୦ ଦିନ ଯାଏ କମଲନାଥ ସରକାରଙ୍କୁ ଫ୍ଲୋର ଟେଷ୍ଟ ବିପଦରୁ ସୁରକ୍ଷା ମିଳିଛି।