ମଧ୍ୟପ୍ରଦେଶରେ ବହୁମତ ପରୀକ୍ଷଣ ସ୍ଥଗିତ ନେଇ ସୁପ୍ରିମ କୋର୍ଟ ଗଲା ବିଜେପି

An Independent Media

ଭୋପାଳ: ମଧ୍ୟପ୍ରଦେଶରେ କରୋନା ଯୋଗୁଁ  ଯଦିଓ ସୋମବାର ବାଚସ୍ପତି ବିଧାନସଭାକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି, ତଥାପି ରାଜ୍ୟ ସରକାରଙ୍କ ପ୍ରତି ବିପଦ ଟଳିନାହିଁ। ସୋମବାର ବିଧାନସଭାରେ ଫ୍ଲୋର ଟେଷ୍ଟ ହେବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ତାହା ବନ୍ଦ ରହିଲା। ତେଣୁ ଏଥିରେ ବିଜେପି ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ବିଜେପି ନେତା ଶିବରାଜ ସିଂହ ଚୌହ୍ବାନ ଫ୍ଲୋର ଟେଷ୍ଟ ଦାବିରେ ସୁପ୍ରିମକୋର୍ଟରେ ପିଟିଶନ ଦାୟର କରିଛନ୍ତି। ସୁପ୍ରିମକୋର୍ଟ ଏହାର ଶୁଣାଣି ପାଇଁ ରାଜି ହୋଇଛନ୍ତି। ୧୨ ଘଣ୍ଟା ଭିତରେ ଏହାର ଶୁଣାଣି ହେବ। ଅନ୍ୟପଟେ ଶିବରାଜଙ୍କ ନେତୃତ୍ଵରେ ବିଜେପି ବିଧାୟକମାନେ ରାଜଭବନ ଯାଇ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟିଛନ୍ତି। ବହୁମତ ପରୀକ୍ଷା କରାଇବାକୁ ସେ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି। ଏହା ସହ 
୧୦୬ ବିଧାୟକଙ୍କ ତାଲିକା ପ୍ରଦାନ କରିଛି ବିଜେପି ।  ସମସ୍ତ ବିଜେପି ବିଧାୟକ ସେହି  ସମୟରେ ରାଜ୍ୟପାଳଙ୍କ ନିକଟରେ ଉପସ୍ଥିତ ଥିଲେ ।

error: Thank You Keep Visiting