ଲକଡାଉନକୁ ହାଲକା ଭାବରେ ନିଅନ୍ତୁ ନହିଁ : ପ୍ରଧାନମନ୍ତ୍ରୀ ମୋଦୀ

An Independent Media

ନୂଆଦିଲ୍ଲୀ: ଲକ୍ ଡାଉନ୍ ବେଳେ ଲୋକମାନେ କରୋନା ମୁକାବିଲା ପାଇଁ ଆବଶ୍ୟକ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଟୁଇଟ୍ କରି ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ରାଜ୍ୟ ସରକାରଙ୍କୁ ଆଇନ୍ ଓ ନିୟମ କଡ଼ାକଡ଼ି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ ଛୁଇଁଥିବା ବେଳେ ଏଯାବତ ୮ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ‘ ଲକ୍ ଡାଉନକୁ ଅନେକ ଲୋକ ହାଲୁକା ଭାବରେ ଗ୍ରହଣ କରୁଛନ୍ତି। ଦୟାକରି ନିଜକୁ ସୁରକ୍ଷିତ ରଖିବା ସହିତ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ, କରୋନା ମୁକାବିଲା ପାଇଁ ସମସ୍ତ ଗାଇଡ୍ ଲାଇନ୍ ପାଳନ କରନ୍ତୁ। ମୁଁ ସମସ୍ତ ରାଜ୍ୟ ସରକାରଙ୍କୁ ଆହ୍ୱାନ କରୁଛି ସମସ୍ତ ନିୟମ ଏବଂ ଆଇନ୍ କଡ଼ାକଡ଼ି ଭାବରେ ପାଳନ ହେବା ଦରକାର’।

error: Thank You Keep Visiting