ମହାମାରୀ କରୋନା ଇଟାଲୀରେ ପୁଣି ନେଲା ୬୦୨ ଜଣଙ୍କ ଜୀବନ

An Independent Media

ରୋମ: ମହାମାରୀ କରୋନା ଭାଇରସ ଇଟାଲୀରେ ତାଣ୍ଡବ ରଚି ଚାଲିଛି। କରୋନାରେ ଆକ୍ରାନ୍ତ ହୋଇ ପୁଣିଥରେ ଇଟାଲୀରେ ୬୦୨ ଜଣଙ୍କ ଜୀବନ ଯାଇଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬ ହଜାର ଅତିକ୍ରମ କରିଯାଇଛି। ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୬୦୨ ଜଣଙ୍କ ଜୀବନ ଯିବାରୁ ଏଠାରେ ମୃତ୍ୟୁସଂଖ୍ୟା ୬୦୭୭ରେ ପହଞ୍ଚି ଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୬୩,୯୨୮ ଛୁଇଁଛି। ୭,୪୩୨ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ବିଭିନ୍ନ ହସ୍ପିଟାଲରେ ୫୦,୪୧୮ ଜଣ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୩,୨୦୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା କ୍ରମାଗତ ଦ୍ୱିତୀୟ ଦିନ ପାଇଁ ହ୍ରାସ ପାଇଛି। ଶନିବାର ଦିନ ଏଠାରେ ମାତ୍ର ୨୪ ଘଣ୍ଟାରେ ୭୯୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ସାରା ବିଶ୍ୱରେ ସର୍ବାଧିକ ମୃତ୍ୟୁ । 

error: Thank You Keep Visiting